ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ୱିଡେନ୍

fifa swedenନୂଆଦିଲ୍ଳୀ : ପ୍ରି-କ୍ୱାର୍ଟରେ ୧-୦ରେ ସ୍ୱିଜରଲାଣ୍ଡକୁ ହରାଇ ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ୱିଡେନ୍। ୧୯୯୪ ପରେ ପ୍ରଥମ ଥର ଲାଗି, କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ୱିଡେନ୍। ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ହାଫରେ କୌଣସି ଦଳ ପରସ୍ପରକୁ ଗୋଲ ଦେଇ ନଥିଲେ। ଦ୍ୱିତୀୟ ହାଫର ୬୬ ମିନିଟରେ, ଏମିଲ ଫୋର୍ସବର୍ଗ ଗୋଲ କରିଥିଲେ । ସେହିପରି ପେନାଲଟି ସୁଟ ଆଉଟରେ କଲମ୍ବିଆକୁ ୪-୩ ଗୋଲରେ ପରାସ୍ତ କରି ଶେଷ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ଇଂଲଣ୍ଡ । କ୍ୱାର୍ଟର ଫାଇନାଲରେ ସ୍ୱୀଡେନକୁ ଭେଟିବ ଇଂଲଣ୍ଡ ।