ଜୁନିଅର ହକି ବିଶ୍ୱକପରେ ପ୍ରଥମ ମ୍ୟାଚ ଜିତିଲା ବେଲଜିୟମ୍‌, ୫-୧ରେ ସାଉଥ ଆଫ୍ରିକାକୁ ଦେଲା ମାତ୍‌

ଜୁନିଅର ହକି ବିଶ୍ୱକପରେ ପ୍ରଥମ ମ୍ୟାଚ ଜିତିଲା ବେଲଜିୟମ । ୫-୧ରେ ସାଉଥ ଆଫ୍ରିକାକୁ ହରାଇଲା ବେଲଜିୟମ । ବେଲଜିୟମ ତରଫରୁ ସର୍ବାଧିକ ୨ଟି ଗୋଲ କରିଛନ୍ତି ଡି ରୋମାନ୍‌ । ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ।

ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି। ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ। ବେଲଜିୟମ ପକ୍ଷରୁ ୨ଟି ପେନଲ୍ଟି କର୍ଣ୍ଣର ଓ ୩ଟି ଫିଲଡ଼ ଗୋଲ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନଲ୍ଟି କର୍ଣ୍ଣର ଦିଆଯାଇଥିଲା।

hock 1

ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଜର୍ମାନୀ ଓ ପାକିସ୍ତାନ। ଆଜି ରାତି ୮ଟାରେ ଫ୍ରାନ୍ସ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏଥର ମଧ୍ୟ ଦଳ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଡିସେମ୍ବର ୫ ଯାଏ ପ୍ରତିଯୋଗିତା ଚାଲିବ ।

ତେବେ ଏହି ବିଶ୍ୱକପରେ ଦର୍ଶକଙ୍କୁ ଅନୁମତି ମିଳି ନାହିଁ । କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଉଛି । ଷ୍ଟାଡିୟମକୁ ଯିବାକୁ ଦର୍ଶକଙ୍କୁ ଅନୁମତି ନାହିଁ । ଜୁନିୟର ହକି ବିଶ୍ୱକପ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.