କ୍ରୀଡା

ଆଜି ପୁଣେରେ ମହାମୁକାବିଲା, ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୁଣେ : ଆଜି ପୁଣେରେ ମହାମୁକାବିଲା । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି । ଯିଏ ଆଜିର ମ୍ୟାଚ ଜିତିବ ସିଏ ସିରିଜ ହାତେଇବ । ବିରାଟ ବାହିନୀର ପ୍ଲେଇଂ ଇଲେଭେନ ଉପରେ ନଜର ରହିଛି । ଦଳରେ କିଛି ବଡ ପରିବର୍ତ୍ତନ ସମ୍ଭାବନା ରହିଛି ।

ଆଜିର ମ୍ୟାଚ୍‌ରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି ଯୁଜୁବେନ୍ଦ୍ର ଚହଲ। ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଅଧିକ ରନ୍‌ ଦେଉଥିବାରୁ ଆଜିର ମ୍ୟାଚ୍‌ରେ ତାଙ୍କୁ ବାଦ୍‌ ଦିଆଯାଇପାରେ । ସେହିପରି କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ଓ୍ଵାସିଂଟନ୍‌ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ । ପ୍ରସିଦ୍ଧ କୃଷ୍ଣ ଓ ଶାର୍ଦ୍ଦୁଲ ଠାକୁରଙ୍କ ଭିତରୁ ଜଣଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ ।

ପ୍ରଥମ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ଭାରତ ୬୬ ରନ୍‌ରେ ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚରେ ଜନି ବ୍ରେଷ୍ଟ୍ରୋ ଓ ବେନ ଷ୍ଟୋକଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ବିଜୟ ବାନା ଉଡାଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ୩୩୭ ରନ୍‌ର ବିଶାଳ ରନ୍‌ କରିଥିଲା ଇଣ୍ଡିଆ । ଯାହାକୁ ଇଂଲଣ୍ଡ ୪ ଓ୍ଵିକେଟ୍‌ ହରାଇ ହାସଲ କରିନେଇଥିଲା । ସେପଟେ ଓପନର ଶିଖର ଧଓ୍ଵନ ଆଉ ୯୦ ରନ୍‌ କଲେ ଦଶମ ଭାରତୀୟ ଭାବେ ଦିନିକିଆ କ୍ରିକେଟ୍‌ରେ ୬ ହଜାର ରନ୍‌ ପୂରଣ କରିବେ ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

8 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

41 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

43 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

50 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

58 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

59 mins ago