ବିବାଦରେ ଫସିଲେ ଧୋନୀ, କ୍ୟାପଟେନ କୁଲ୍‌ଙ୍କ ନାମରେ ମାମଲା ରୁଜୁ

ପୂର୍ବ ଭାରତ ଅଧିନାୟକ ଏବଂ ଆଇପିଏଲ ରେ ଚେନ୍ନାଇ ସୁପରକିଙ୍ଗସରର ଦାୟିତ୍ୱ ସମ୍ଭାଳୁଥିବା ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚର୍ଚ୍ଚାରେ। କ୍ୟାପଟେନ କୁଲ୍‌ ଭାବେ ଜଣାଶୁଣା ଧୋନୀ ବିରୋଧରେ ବିହାରର ବେଗୁସରାୟରେ ମାମଲା ଦାୟର ହୋଇଛି। ଧୋନୀଙ୍କ ବ୍ୟତୀତ ଅନ୍ୟ ୭ ଜଣ ଲୋକଙ୍କ ଉପରେ ମଧ୍ୟ ମାମଲା ଦାୟର ହୋଇଛି। ଜଣଙ୍କୁ ଟଙ୍କା ପଇସା ମାମଲାରେ ଧୋକା ଦେଇଥିବା ନେଇ ମାହିଙ୍କ ନାଁରେ ମାମଲା ରୁଜୁ ହୋଇଛି ।

୩୦ ଲକ୍ଷ ଟଙ୍କାର ଚେକ ବାଉନ୍ସ ହୋଇଛି, ଯାହାକୁ ନେଇ ଧୋନୀଙ୍କ ସମେତ ୭ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । ତେବେ ଧୋନୀଙ୍କ ସମେତ ୭ ଜଣଙ୍କ ବିରୋଧରେ ଏହି କେସ୍‌ ଦେଇଛନ୍ତି ଜଣେ ଖାଦ୍ୟ ବ୍ୟବସାୟୀ ।  ଏସ.କେ ଏଣ୍ଟରପ୍ରାଇଜେସ ନାମକ କମ୍ପାନୀ ସହିତ ଟାଏ ଅପ କରିଥିଲା ଏକ ଖାଦ୍ୟ ବ୍ୟବସାୟ କମ୍ପାନୀ । କମ୍ପାନୀ ତରଫରୁ ଖାଦ୍ୟ ପଠାଇ ଦିଆଯାଇଥିଲେ ହେଁ, ସେଠାରେ ମାର୍କେଟିଂ ପାଇଁ ସହଯୋଗ କରାଗଲା ନାହିଁ । ତେଣୁ ଏଜେନ୍ସିର ମାଲିକ ନୀରଜ କୁମାର ନିରାଲା କମ୍ପାନୀ ଉପରେ ଅସହଯୋଗ କରୁଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛନ୍ତି ।

dhoni

ଅଭିଯୋଗ ପରେ ମାଲ ଫେରାଇ ନେବା ସହ ୩୦ ଲକ୍ଷ ଟଙ୍କାର ଚେକ ଦେଇଥିଲା କମ୍ପାନୀ । ତେବେ ବ୍ୟାଙ୍କରେ ଏହି ଚେକ ବାଉନ୍ସ ହୋଇଯିବା ନେଇ ସେ ବାରମ୍ବାର କମ୍ପାନୀକୁ ସୂଚାଇଥିଲେ ହେଁ, ଏହାକୁ କେହି ଗୁରୁତ୍ୱ ଦେଇ ନଥିଲେ । ଏହାପରେ ଏ ନେଇ ଅଭିଯୋଗ କରିଛନ୍ତି ନୀରଜ କୁମାର । ଧୋନୀ ଏହି ପ୍ରଡକ୍ଟର ବିଜ୍ଞାପନ କରିଥିଲେ । ତେଣୁ ଅନ୍ୟମାନଙ୍କ ସହିତ ଧୋନୀ ମଧ୍ୟ ଏହି କେସ ଭିତରକୁ ଟାଣି ହୋଇ ଆସିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ ଏହି ପ୍ରୋଜେକ୍ଟର ବିଜ୍ଞାପନ କରୁଥିଲେ। ତେଣୁ ନୀରଜ କୁମାର ତାଙ୍କ ନାମରେ ମଧ୍ୟ କେସ୍‌ ଦାୟର କରିଛନ୍ତି । କୋର୍ଟ ଏହି ମାମଲାକୁ ସ୍ୱୀକାର ଏହାର ପରବର୍ତ୍ତୀ ଶୁଣାଣି ୨୮ ଜୁନ୍‌କୁ ରହିଛି। ଏହି କେସ୍‌ରେ ଧୋନୀଙ୍କ ନାମ ଥିବା ଯୋଗୁଁ ଏହା ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.