ପାକିସ୍ତାନ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଇଂଲଣ୍ଡ ଟିମ୍ ରହୁଥିବା ହୋଟେଲ ବାହାରେ ଗୁଳିକାଣ୍ଡ, ଭୟଭୀତ ଖେଳାଳି

ଇଂଲଣ୍ଡ ଟିମ୍ ୧୭ ବର୍ଷ ପରେ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଛି। ଆଉ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଇଂଲଣ୍ଡ ଟିମ୍ ରହୁଥିବା ହୋଟେଲ ବାହାରେ ଫାୟାରିଂ ହୋଇଛି। ଇଂଲଣ୍ଡ ଟିମ୍ ରହୁଥିବା ହୋଟେଲର ମାତ୍ର ୧ କିମି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଘଟଣାର କ୍ଷୟକ୍ଷତି ସୂଚନା ଏଯାଏଁ ମିଳିନାହିଁ । ତେବେ ଏହାର ପ୍ରଭାବ ସିରିଜ ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି ।
ତେବେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଇଂଲଣ୍ଡ ଟିମ୍ ଅଭ୍ୟାସ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା ।
ସିରିଜର ପ୍ରଥମ ମ୍ୟାଚ ରାଓ୍ଵଲପିଣ୍ଡି ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଇଂଲଣ୍ଡ ମଧ୍ୟ ଜିତିଥିଲା। ପାକିସ୍ତାନ ଟିମ୍ ଏହି ମ୍ୟାଚ ଜିତିବାର ସୁଯୋଗ ଥିଲା, ହେଲେ ଶେଷ ଇନିଂସରେ ଇଂଲଣ୍ଡ ୭୪ ରନରେ ବିଜୟ ହାସଲ କରିଥିଲା। ଗତବର୍ଷ ନ୍ୟୁଜିଲାଣ୍ଡ ଟିମ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନରେ ଖେଳିବାକୁ ମନା କରିଦେଇଥିଲା ।
Gunshots heard 1km from England’s team hotel this morning in Multan. Two rival gangs, it seems. Four arrests made, and no one injured. The team’s security plans remain unaffected before tomorrow’s second Test against Pakistan.
— Lawrence Booth (@the_topspin) December 8, 2022
ଆଜି ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦ୍ରୁତ ବୋଲର ମାର୍କ ଉଡଙ୍କୁ ନିଜ ଦଳରେ ସାମିଲ କରିଛି। କାଠ ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନଙ୍କୁ ପରିବର୍ତ୍ତନ କରିଛି । କାନ୍ଧରେ ଆଘାତ ଲାଗିଥିବାରୁ ଚଳିତ ବର୍ଷ ମାର୍ଚ୍ଚରୁ ଉଡ ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି ।