ବର୍ଡର ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ଗସ୍ତ କଲା ଭାରତୀୟ ଟିମର ପ୍ରଥମ ବ୍ୟାଚ୍, ୨୨ରୁ ଖେଳାଯିବ ମ୍ୟାଚ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରୁ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଏଥିପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦୁଇଟି ବ୍ୟାଚରେ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ । ତେଣୁ ଭାରତୀୟ ଟିମର ପ୍ରଥମ ବ୍ୟାଚ୍ ଅଷ୍ଟ୍ରେଲିଆ ଗସ୍ତ କରିଛି । ମୁମ୍ବାଇ ଏୟାରପୋର୍ଟରେ ଭିଡିଓ ସାମ୍ନାକୁ ଆସିଛି ।
ଅଷ୍ଟ୍ରେଲିଆ ପାଇଁ ପ୍ରଥମ ବ୍ୟାଚ୍ ଆକାଶଦୀପ, ମହମ୍ମଦ ସିରାଜ, ୱାଂଶିଟନ ସୁନ୍ଦର, ଯଶସ୍ବୀ ଜୟସୱାଲ, ଶୁବମନ ଗିଲ୍ ଯାଇଛନ୍ତି । ସିରାଜ ଏୟାରପୋର୍ଟରେ ସମସ୍ତଙ୍କ ସହିତ କରମର୍ଦ୍ଦନ କରୁଛନ୍ତି । ଜୟସୱାଲ ସମସ୍ତଙ୍କୁ ଅଟୋଗ୍ରାଫ ଦେଉଛନ୍ତି । ଖେଳାଳିଙ୍କ ସହିତ ଭାରତୀୟ ଟିମର ଆସିଷ୍ଟାଣ୍ଟ କୋଚ୍ ନାୟର ମଧ୍ୟ ନଜର ଆସିଛନ୍ତି । ଦ୍ବିତୀୟ ବ୍ୟାଚ୍ରେ କୋଚ୍ ଗୌତମ ଗମ୍ଭୀର, ବିରାଟ କୋହଲି ଓ ଅନମାନେ ଗସ୍ତ କରିବେ ।
ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ସିରିଜ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏଥିରୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲକୁ ରାସ୍ତା ଖୋଲିବ । ନୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ପଏଣ୍ଟ ଟେବୁଲରେ ୨ୟ ସ୍ଥାନରେ ରହିଛି ଭାରତ । ଟିମ୍ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ ଖେଳିଛି । ସେଥିରୁ ୮ଟି ଜିତିଛି । ଏବେ ବର୍ଡର ଗାଭାସ୍କର ଟ୍ରଫିରେ ଅତିକମରେ ୪ଟି ମ୍ୟାଚ ଜିତିବାକୁ ହେବ । ଯାହା ଏତେ ସହଜ ନୁହେଁ ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ପୂର୍ବରୁ ଟିମ୍ ଘୋଷଣା ହୋଇସାରିଛି । କିନ୍ତୁ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନି ନାହିଁ ତାହା ଜଣାପଡିନାହିଁ । ତେଣୁ ଟିମର ଅଧିନାୟକ କିଏ ହେବ ତାହା ଜଣାପଡିନାହିଁ । ତେବେ ରୋହିତଙ୍କ ବଦଳରେ ବିରାଟ ଟିମର ଦାୟିତ୍ବ ନେଇପାରନ୍ତି ବୋଲି ଆକଳନ କରାଯାଉଛି ।
#WATCH | Indian Cricket Team leaves for Australia from Mumbai Airport.
The Indian team will face Australia for the Border-Gavaskar Trophy later this month, from November 22 onwards. pic.twitter.com/CwjZVrdl4U
— ANI (@ANI) November 10, 2024
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।
ପ୍ରଥମ ଟେଷ୍ଟ : ୨୨-୨୬ ନଭେମ୍ବର
ଦ୍ବିତୀୟ ଟେଷ୍ଟ : ୬-୧୦ ଡିସେମ୍ବର
ତୃତୀୟ ଟେଷ୍ଟ : ୧୪-୧୮ ଡିସେମ୍ବର
ଚତୁର୍ଥ ଟେଷ୍ଟ : ୨୬-୩୦ ଡିସେମ୍ବର
ପଞ୍ଚମ ଟେଷ୍ଟ : ୩-୭ ଜାନୁଆରୀ