ଟୋକିଓ ଅଲମ୍ପିକ୍ସରେ ପ୍ରବେଶ କଲା କରୋନା, ଖେଳଗ୍ରାମରେ ସାମ୍ନାକୁ ଆସିଲା ପ୍ରଥମ ମାମଲା

ଟୋକିଓ ଅଲମ୍ପିକ୍ସରେ କରୋନା ଏଣ୍ଟ୍ରି। ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଯାଉଛି ଖେଳର ମହାକୁମ୍ଭ ।

ଯାହାକୁ ନେଇ ଏବେଠାରୁ ଦେଖାଦେଲାଣି ଅନିଶ୍ଚିତତା । କ୍ରୀଡା ଗ୍ରାମରେ କରୋନା ମାମଲା ନଜର ଆସିବା ପରେ ଅଲମ୍ପିକ୍ସର ଆୟୋଜନ ଉପରେ ଅନେକ ପ୍ରଶ୍ନ ଉଠିଛି । କୋଭିଡ -୧୯ ବିଶ୍ୱ ମହାମାରୀକୁ ଦୃଷ୍ଟିରେ ରଖି ଟୋକିଓରେ ୬ ସପ୍ତାହ ଧରି ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି ।

ଟୋକିଓରେ କରୋନା ପ୍ରଭାବ ଅତ୍ୟଧିକ ନହେବା ପାଇଁ ଜାପାନ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ସତ୍ତ୍ୱେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯାହା ଏକ ଚିନ୍ତାର ବିଷୟ ।

ସୂଚନାଯୋଗ୍ଯ, ଭାରତୀୟ ତୀରନ୍ଦାଜ ଦଳ ଟୋକିଓରେ ପହଞ୍ଚିଛି। ଟିମ ଆଗମନ ପରେ କୋଭିଡ-୧୯ ପରୀକ୍ଷା କରି ରିପୋର୍ଟକୁ ପ୍ରତୀକ୍ଷା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.