ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ, ତୃତୀୟ ଦିନିକିଆରେ ଦେଖିବାକୁ ମିଳିଲା ବିରୁଷ୍କାଙ୍କ ଝିଅ ଭାମିକାଙ୍କ ଚେହେରା

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ମ୍ୟାଚ ସମୟରେ ଟିଭି ସ୍କ୍ରିନରେ ଯାହା ଦେଖିବାକୁ ମିଳିଥିଲା, ଯାହାକୁ ଫ୍ୟାନ୍ସ ବହୁତ ପ୍ରତୀକ୍ଷା କରିଥିଲେ।

ଆଜିର ମ୍ୟାଚ ଚାଲିଥିବା ବେଳେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡରେ ଅନୁଷ୍କା ଝିଅଙ୍କୁ କୋଳରେ ଧରି ଠିଆ ହୋଇଥିବା ନଜର ଆସିଥିଲେ। ଏହି ସମୟରେ କ୍ୟାମେରା ପଡିବା ମାତ୍ରେ ଟିଭି ସ୍କ୍ରିନରେ ବିରାଟଙ୍କ ଝିଅର ପ୍ରଥମ ଝଲକ ଦେଖିବାକୁ ମିଳିଲା।

ପୂର୍ବରୁ କୋହଲି ଏବଂ ଅନୁଷ୍କା ନିଜ ଝିଅକୁ ସୋସିଆଲ ମିଡିଆ ଠାରୁ ଦୂରରେ ରଖିବାକୁ ଚାହୁଁଥିଲେ। ଆଜି ପର୍ଯ୍ୟନ୍ତ ବିରାଟ ଏବଂ ଅନୁଷ୍କା ଯେଉଁ ସ୍ଥାନକୁ ଯାଆନ୍ତୁ ନା କାହିଁକି କେବେ ବି ଭାମିକାଙ୍କୁ କ୍ୟାମେରା ସାମ୍ନାକୁ ଆଣିନଥିଲେ। ସବୁବେଳେ ଫ୍ୟାନ୍ସ ତାଙ୍କ ଫଟୋ ଦେଖିବାକୁ ପ୍ରତୀକ୍ଷା କରି ରହିଥାନ୍ତି।

ଗତ ବର୍ଷ ଜାନୁଆରୀରେ ଜନ୍ମ ହୋଇଥିବା ଭାମିକାଙ୍କୁ ଏବେ ବର୍ଷେ ପରେ କ୍ୟାମେରାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଭାରତ ସାଉଥ ଆଫି୍ରକା ମଧ୍ୟରେ ଖେଳାଯାଇଥିବା ପ୍ରଥମଟେଷ୍ଟ ସମୟରେ ହିଁ ଜନ୍ମଦିନ ପାଳନ କରାଯାଇଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

ପ୍ରଥମ ଟେଷ୍ଟ ସମୟରେ ବିରାଟ ଗ୍ରାଉଣ୍ଡରେ ଝିଅ ଭାମିକାକୁ ହାତ ହଲାଉଥିବା ଭିଡିଓ ସାମ୍ନାକୁ ଆସିଥିଲା। ଯାହାର ଭିଡିଓ ଭାଇରଲ ମଧ୍ୟ ହୋଇଥିଲା।