IPL ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ-ଅଫ୍‌ରୁ ବିଦା ହେଲା CSK, ସାକ୍ଷୀ ଧୋନି ସେୟାର କଲେ ଇମୋସନାଲ ପୋଷ୍ଟ

ଲଗାତାର ହାରିବା ପରେ ଚେନ୍ନାଇ ସୁପରକିଙ୍ଗସ୍‌ ଚଳିତବର୍ଷ ଆଇପିଏଲ୍‌ ପ୍ଲେ ଅଫ୍‌ରୁ ବିଦା ହୋଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ର ୪୫ ତମ ମୁକାବିଲାରେ ମୁମ୍ବାଇ ବିପକ୍ଷରେ ରାଜସ୍ଥାନର ୮ ଓ୍ଵିକେଟ୍‌ରେ ବିଜୟ ସହ ସିଜନ ୧୩ ର ପ୍ଲେ-ଅଫ୍‌ରେ ଚେନ୍ନାଇ ପହଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇଛି। ଆଇପିଏଲ୍‌ର ୧୩ ତମ ସିଜନ୍‌ରେ ସିଏସ୍‌କେର ପ୍ରଦର୍ଶନ ବହୁତ ଖରାପ ରହିଛି ଓ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଟିମ୍‌ ପ୍ଲେ ଅଫ୍‌ରେ ପହଞ୍ଚିପାରିନାହିଁ।

 

View this post on Instagram

 

💛

A post shared by Sakshi Singh Dhoni (@sakshisingh_r) on

ଟିମ୍‌ର ନିରାଶାଜନକ ପ୍ରଦର୍ଶନ ପରେ ମଧ୍ୟ ସିଏସ୍‌କେର କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ମେସେଜ୍‌ ଲେଖି ଟିମ୍‌ର ଉତ୍ସାହ ବଢ଼ାଇଛନ୍ତି। ସାକ୍ଷୀ ଲେଖିଛନ୍ତି ‘ଏହା କେବଳ ଏକ ଖେଳ। ଖେଳରେ ହାର ଜିତ ଲାଗି ରହେ। ଏଥିରେ ସବୁବେଳେ ଯେ ଜିତିବ ତାହା କହିହେବ ନାହିଁ। ସେହିପରି ସମସ୍ତେ ଯେ ଜିତିବେ ତାହା ସମ୍ଭବ ନୁହେଁ। ଖେଳରେ କେବଳ ଜଣେ ହିଁ ଜିତେ। ମାତ୍ର ପରାଜୟ ପାଇଁ ନ ଅଟକି ଯାଇ ଆଗକୁ ବଢ଼ିଚାଲ। ତୁମେ ସବୁବେଳେ ଆମ ମନ ଓ ହୃଦୟରେ ରହିଥିବ’।

ସୂଚନାଯୋଗ୍ୟ ଯେ ଏହି ସିଜନ୍‌ରେ ସିଏସ୍‌କେର ଟିମ୍‌ ଏବେ ଯାଏଁ ମୋଟ୍‌ ୧୨ଟି ମ୍ୟାଚ୍‌ ଖେଳିଛି। ସେଥିରୁ ମାତ୍ର ୪ଟିରେ ବିଜୟ ଲାଭ କରିଛି। ଏଣୁ ପଏଣ୍ଟ ଟେବୁଲରେ ସିଏସ୍‌କେ ଏବେ ସବୁଠୁ ଶେଷ ସ୍ଥାନରେ ରହିଛି।

Leave A Reply

Your email address will not be published.