ଆସନ୍ତାକାଲି ଠାରୁ କିଟ୍ ଷ୍ଟାଡିୟମ୍ ରେ ଏଫ୍‌ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ ଚାମ୍ପିୟନ୍‌ସିପ୍

ଭୁବନେଶ୍ୱର :  କିଟ୍ ଦୂତୀ ଚାନ୍ଦ ଷ୍ଟାଡିୟମ୍ ରେ ଆସନ୍ତାକାଲି ଠାରୁ ଆୟୋଜିତ ହେବାକୁ ଯାଉଥିବା ଏଫ୍‌ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ ଚାମ୍ପିୟନ୍‌ସିପ୍ ୨୦୨୬ କେବଳ କିଟ୍ ପାଇଁ ନୁହଁ ବରଂ ଓଡ଼ିଶା ପାଇଁ ଏହା ଅତ୍ୟନ୍ତ ସମ୍ମାନ ଓ ମର୍ଯ୍ୟଦାର ବିଷୟ । ଏଠାରେ ଖେଳୁଥିବା କ୍ରୀଡ଼ାବିତ୍ ଙ୍କୁ ମିଳିବ ପଏଣ୍ଟ, ଯାହା ତାଙ୍କୁ ଅଲିମ୍ପିକ୍ ପାଇଁ ସହାୟକ ହେବ ବୋଲି କହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ।  ବିଶ୍ୱର ଶ୍ରେଷ୍ଠ ଖେଳାଳି ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ବର୍ତ୍ତମାନ୍ ଦୂତୀ ଚାନ୍ଦ ଷ୍ଟାଡିୟମ୍ ରେ ଆୟୋଜିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ପାଇଁ ୬ଟି କୋର୍ଟ ପ୍ରସ୍ତୁତ କରାଯାଇଛି ।

ସମସ୍ତ ମ୍ୟାଚ୍‍ ସକାଳ ଓ ସନ୍ଧ୍ୟାରେ ଏହି ଖେଳାଯିବ । ଏଫ୍‌ଆଇଭିବିର ସଦସ୍ୟ ଦେଶଗୁଡ଼ିରେ ଏହାର ସିଧାପ୍ରସାରଣ କରାଯିବ ବୋଲି ଡ ଦାଶ ସୂଚନା ଦେଇଛନ୍ତି । ଏହାସହ ବିଦେଶରୁ ଆସିଥିବା ଅନ୍ତର୍ଜାତୀୟ ଖେଳାଳିମାନେ ଓଡ଼ିଶାର ପୁରୀ, କୋଣାର୍କ, ଚିଲିକା ଓ ଭୁବନେଶ୍ୱର ଭଳି ପର୍ଯ୍ୟଟନ ସ୍ଥଳୀ ସବୁ ବୁଲିବେ । ଗତ ମାର୍ଚ୍ଚ୧ ତାରିଖରୁ ଅନ୍ତର୍ଜାତୀୟ ଖେଳାଳି ଏବେ କିଟ୍ ରେ ଅଭ୍ୟାସ କରୁଛନ୍ତି, ଖେଳ ସରିବା ପରେ ୮ ତାରିଖରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ଖେଳାଳି ବୋଲି କହିଛନ୍ତି ପ୍ରଫେସର ଡ଼ ଅଚ୍ୟୁତ ସାମନ୍ତ । ଏହି ଖେଳାଳିମାନଙ୍କୁ ଓଡ଼ିଶା ତଥା ଭାରତ ବିଷୟରେ ଅଧିକ ତଥ୍ୟ ଦେବା ପାଇଁ ସ୍ୱତନ୍ତ୍ରଗାଇଡଙ୍କ ବ୍ୟବସ୍ଥା କରାଯାଇଛି ।

ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ପାଇଁ ଉଭୟ କେନ୍ଦ୍ର ସରକାରରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହାୟତା ମିଳିଛି ବୋଲି କହିଛନ୍ତି ଡ଼ ଅଚ୍ୟୁତ ସାମନ୍ତ ।  ଆଉ ମାତ୍ର କିଛି ଘଣ୍ଟାର ପ୍ରତୀକ୍ଷା ପରେ କିଟ୍ ବିଶ୍ୱବିଦ୍ୟାଳୟର ଦୂତୀ ଚାନ୍ଦ ଷ୍ଟାଡିୟମ୍ ରେ ଆୟୋଜିତ ହେବ ଏଫ୍‌ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ ଚାମ୍ପିୟନ୍‌ସିପ୍ । ଏବେ ସଂପୂର୍ଣ୍ଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଅନ୍ତର୍ଜାତୀୟ ଖେଳାଳି ବର୍ତ୍ତମାନ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।