୨୦୧୯ ଇଣ୍ଡିଆ ଅଣ୍ଡର -୨୦ ଗାର୍ଲସ ଟିମ ଦଳ ଘୋଷିତ, ସ୍ଥାନ ପାଇଲେ କିସ୍ର ୫ ଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ୨୦୧୯ ଇଣ୍ଡିଆ ଅଣ୍ଡର -୨୦ ଗାର୍ଲସ ଟିମ ପାଇଁ ଦଳ ଘୋଷଣା କରିଛି ରଗବୀ ଇଣ୍ଡିଆ। ଲାଓସରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗ୍ବୀ ଅଣ୍ଡର -୨୦ ଗାର୍ଲସ ଚମ୍ପିଆନସିପରେ ଭାଗ ନେବେ। ଘୋଷିତ ଦଳରେ କିସ୍ର ୫ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ ଅଧିନାୟକ ଥିବା ବେଳେ ରଞ୍ଜନୀ ଶବର, ସୋନି ମାନ୍ଦାଙ୍ଗି, ପାର୍ବତୀ କିସ୍କୁ ଓ ଲିଜା ସର୍ଦାର ରହିଛନ୍ତି। ଅଗଷ୍ଟ ୨୪ ଓ ୨୫ ତାରିଖରେ ଭିଏତନାମର ଲାଓସ ଠାରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଭାରତୀୟ ରଗ୍ବୀ ଦଳର କ୍ୟାମ୍ପ କିଟ ୟୁନିଭର୍ସିଟିରେ ଅଗଷ୍ଟ ୭ରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ୨୧ତାରିଖରେ ଶେଷ ହେବ।