ବିଶ୍ୱକପ୍ ଫୁଟବଲ କ୍ୱାର୍ଟର ଫାଇନାଲରେ ବ୍ରାଜିଲ୍

brazilନୂଆଦିଲ୍ଲୀ: ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ବ୍ରାଜିଲ୍। ଦଳ ମେକ୍ସିକୋକୁ ୨-୦ ଗୋଲରେ ହରାଇଛି। ମ୍ୟାଚର ପ୍ରଥମ ହାଫରେ ଗୋଲ କରିବାକୁ ଉଭୟ ଦଳ କଡ଼ା ସଂଘର୍ଷ କରିଥିଲେ। କିନ୍ତୁ କୌଣସି ଦଳ ଗୋଲ କରି ପାରିନଥିଲେ। ଦ୍ୱିତୀୟ ହାଫରେ ବ୍ରାଜିଲ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୫୧ତମ ମିନିଟରେ ଗୋଲ କରିଥିଲେ ନେମାର ଜୁନିୟର। ସେହିପରି ମ୍ୟାଚର ୮୮ ତମ ମିନିଟରେ ନେମାରଙ୍କ ଏକ ପାସକୁ ଗୋଲରେ ପରିଣତ କରିଥିଲେ ରୋବର୍ଟୋ ଫିର୍ମିନୋ। ୫ ଥରର ଚାମ୍ପିଅନ ବ୍ରାଜିଲ ୨୦୧୪ ବିଶ୍ୱକପରେ ସେମିଫାଇନାଲରୁ ବିଦା ହୋଇଥିଲା। ଜର୍ମାନୀଠାରୁ ୭-୧ରେ ଲଜ୍ଜାଜନକ ଭାବେ ହାରିଥିଲା। ଚଳିତ ବିଶ୍ୱକପରେ ବ୍ରାଜିଲ ନିଜ ସମ୍ମାନ ଫେରାଇ ଆଣିବା ଲାଗି ସଂଘର୍ଷ କରୁଛି। ଜୁଲାଇ ଛଅ ତାରିଖରେ ରହିଛି ବ୍ରାଜିଲର କ୍ୱାର୍ଟର ଫାଇନାଲ ମ୍ୟାଚ୍।

You might also like