ହକି ଓ୍ଵାର୍ଲଡ କପ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି !

kalingaଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଓ୍ଵାର୍ଲଡ କପ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଷ୍ଟାଡିୟମ ଭିତରେ ଓ ବାହାରେ ପର୍ୟ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯିବା ସାଙ୍ଗକୁ କରାଯିବ ବ୍ୟାରିକେଡ୍ ବ୍ୟବସ୍ଥା । ଏନେଇ ପୋଲିସ ଡିଜି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି । ବିଶେଷକରି ଟ୍ରାଫିକ୍ ଓ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ବିମାନବନ୍ଦର ଠାରୁ ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓ ଷ୍ଟାଡିୟମରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି । ଆସନ୍ତା ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭ ଆରମ୍ଭ ହେବ । ଏଥିରେ ୧୬ଟି ଦେଶ ଭାଗ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.