IPL ୧୬ତମ ସଂସ୍କରଣ ପାଇଁ ୨ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ: ୨୦୨୩ ଅକ୍ସନରେ ସାମିଲ ହୋଇପାରନ୍ତି

କେନ୍ୟୁଜ୍(ବ୍ୟୁରୋ): ୨୦୨୩ ଆଇପିଏଲର ୧୬ ତମ ସଂସ୍କରଣ ପାଇଁ ଦୁଇ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଖେଳାଳି ମୁସ୍ତାକ ବେଗ । ୨୦୨୩ରେ ହେବାକୁ ଥିବା ଆଇପିଏଲର ଅକସନରେ ସେ ସାମିଲ ହୋଇପାରନ୍ତି । ଏଥିପାଇଁ ମୁସ୍ତାକ ଓସିଏକୁ ଧ୍ୟନ୍ୟବାଦ ଜଣାଇଛନ୍ତି । ମୁସ୍ତାକ ଆଇପିଏଲ ଅକସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରିଲାଏନ୍ସ ଜିଓ ଗ୍ରାଉଣ୍ଡ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ ଓ ରାଜସ୍ଥାନ ପାଇଁ ନାଗପୁର ଏକାଡେମୀ ପଡିଆରେ ଟ୍ରାଏଲ ଦେଇଛନ୍ତି ମୁସ୍ତାକ ।

ମୁସ୍ତାକ ଅଲ୍ଲୀ ଟ୍ରଫିରେ ଟିମ ଇଣ୍ଡିଆର ଭେଟେରାନ ଖେଳାଳି ଇଶାନ କିଷାନ, ଅମ୍ବାତୀ ରାୟଡୁ, ଟି ନଟରାଜନଙ୍କ ସହ ଖେଳିଛନ୍ତି । ଆସନ୍ତା ୨୩ରେ କୋଚିରେ ୨୦୨୩ ଆଇପିଏଲ ପାଇଁ ଅକସନ ହେବ । ନିଲାମି ପ୍ରକ୍ରିୟାରେ ମୋଟ ୪୦୫ ଜଣ ଖେଳାଳି ସାମିଲ ହେବେ । ସେଥିରୁ ୨୭୩ ଜଣ ଭାରତୀୟ ଓ ୧୩୨ଜଣ ବିଦେଶୀ ଖେଳାଳି ଅଛନ୍ତି ।

 

 

Leave A Reply

Your email address will not be published.