କ୍ରିକେଟ୍‌ ଜଗତରେ ଶୋକର ଛାୟା, ଆତ୍ମହତ୍ୟା କଲେ ୨୧ ବର୍ଷିୟ ବାଂଲାଦେଶୀ କ୍ରିକେଟର

ବାଂଲାଦେଶର ପୂର୍ବ ଅଣ୍ଡର -୧୯ ଖେଳାଳୀ ମହମ୍ମଦ ଶୋଜିବଙ୍କ ମୃତ୍ୟୁ ହୋଇଛି। ୨୧ ବର୍ଷିୟ ବ୍ୟାଟ୍ସମ୍ୟାନ୍‌ ଶୋଜିବ ଆତ୍ମହତ୍ୟା କରିଛନ୍ତି। ସୂଚାନା ମୁତାବକ ଆତ୍ମହତ୍ୟାର ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ। ବାଂଲାଦେଶର ଉଦୀୟମାନ ତାରକା ଶୋଜିବ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଥିଲେ ଯିଏ ଶେଷ ଥର ପାଇଁ ୨୦୧୭-୧୮ରେ ଢାକା ପ୍ରିମିୟର ଲିଗରେ ସାଇନପୁକୁର କ୍ରିକେଟ କ୍ଲବରେ ଖେଳିଥିଲେ। ସେ ବାଂଲାଦେଶ ପାଇଁ ୩ଟି ଦିନିକିଆ ମ୍ୟାଚ ଖେଳିଥିଲେ।

ଶୋଜିବ ୨୦୧୮ ର ଅଣ୍ଡର-୧୯ ବିଶ୍ୱକପରେ ଷ୍ଟାଣ୍ଡିଂ ଖେଳାଳି ଭାବରେ ଉପସ୍ଥିତ ଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡର ନିର୍ଦେଶକ ଖାଲିଦ ମହମୁଦ କହିଛନ୍ତି, ‘ମୁଁ ଏଭଳି ଘଟଣା ବିଶ୍ୱାସ କରିପାରୁନି। ମୁଁ ଅତ୍ୟନ୍ତ ଦୁଃଖିତ ମଧ୍ୟ। ଶୋଜିବ ଜଣେ ଓପନର୍‌ ଏବଂ ମଧ୍ୟମ ପେସର୍‌ ଥିଲେ। ସୂଚନା ମୁତାବକ ବାଂଲାଦେଶରେ ଏଭଳି କୌଣସି ଅନୁଷ୍ଠାନ ନାହିଁ , ଯାହା ମାନସିକ ସ୍ଥାସ୍ଥ୍ୟ ପ୍ରସଙ୍ଗରେ ଖେଳାଳିଙ୍କୁ ସହାୟତା ପ୍ରଦାନ କରିପାରିବ। କେବଳ ବାଂଲାଦେଶ କ୍ରିକେଟ୍ ବୋର୍ଡ (ପିସିବି) ସମୟ ସମୟରେ ମାନସିକ ସ୍ଥାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ଦେଇଥାଏ।

sojib1ବାଂଲାଦେଶର ଫାଷ୍ଟ କ୍ଲାସ କ୍ରିକେଟର ତନୁମୋୟ ଘୋଷ ଶୋଜିବଙ୍କ ବିଷୟରେ କହିଛନ୍ତି, ମୁଁ ସବୁବେଳେ ବିଶ୍ୱାସ କରିଥିଲି ଯେ ସେ ବହୁତ ସମୟ ପର୍ଯ୍ୟନ୍ତ ଖେଳିପାରିବେ । କାରଣ ସେ ଏକାଡେମୀରେ ବହୁତ ପରିଶ୍ରମ କରୁଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ମୁଁ ବହୁତ ଦୁଃଖି।

ନିକଟରେ ଅନେକ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିବାର ନଜର ଆସିଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ ମୈକ୍ସେଓ୍ଵଲ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୬ମାସ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍‌ ଠାରୁ ଦୂରେଇ ରହିଥିଲେ। ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ ରେ ଓ୍ଵିଲ କୋଭସ୍କିଙ୍କୁ ଟିମରେ ସ୍ଥାନ ଦିଆଯାଇଛି। କୋଭସ୍କି ୨୦୧୮ ରେ ଟେଷ୍ଟ ଟିମ୍‌ ରେ ସ୍ଥାନ ହାସଲ କରିବା ପାଇଁ ପାଖାପାଖି ଥିଲେ କିନ୍ତୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସମସ୍ୟା କାରଣରୁ ସେ ଖେଳରୁ ବିରତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.