ବେଟିଂରେ ଧରା ପଡ଼ିଲେ ପୂର୍ବତନ ମୁମ୍ବାଇ ଓ ଓଡ଼ିଶା କ୍ରିକେଟର୍‌ ରବିନ୍‌ ମୋରସ୍‌, ମୁମ୍ବାଇ ପୋଲିସ୍‌ କଲା ଗିରଫ

ମୁମ୍ବାଇ : ମନେ ପକାନ୍ତୁ ଜଣେ ଭାରତୀୟ କ୍ରିକେଟର୍‌ ରବିନ୍‌ ମୋରିସଙ୍କୁ । ଅଳ୍ପ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଏବେ ମୋରିସ ଚର୍ଚ୍ଚାକୁ ଆସିଛନ୍ତି କାହିଁକି ନା ତାଙ୍କୁ ବେଟିଂ ଅଭିଯୋଗରେ ମୁମ୍ବାଇ ପୋଲିସ୍‌ ଗିରଫ କରିଛି । ୪୪ ବର୍ଷ ବୟସ୍କ ମୋରିସ୍‌ ମୁମ୍ବାଇ ଭାରସୋଭାର ୟାରି ରୋଡ ସ୍ଥିତ ନିଜ ଘରେ ବେଟିଂ ଚଳାଇଥିଲେ । ଏ ଖବର ପୋଲିସ୍‌ ପାଇବା ପରେ ସିଧାସଳଖ ଯାଇ ଚଢ଼ାଉ କରିଥିଲା । ମୋରିସ୍‌ଙ୍କ ସହ ଅନ୍ୟ ତିନି ଜଣ ମଧ୍ୟ ଗିରଫ ହୋଇଛନ୍ତି ।

ତେବେ ମୋରିସଙ୍କ ପାଇଁ ଇଏ ପ୍ରଥମ ଅପରାଧିକ ଘଟଣା ନୁହେଁ । ଗତ ବର୍ଷ ଡିସେମ୍ବର ୧ ତାରିଖରେ ସେ କୁର୍ଲାରୁ ଜଣେ ଲୋନ୍‌ ଏଜେଣ୍ଟଙ୍କୁ ଅପହରଣ କରି ଗିରଫ ହୋଇଥିଲେ । ୪୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ମୋରସ୍‌ ମୁମ୍ବାଇର ପୂର୍ବତନ ରଣଜୀ ଖେଳାଳି ଏବଂ ସେ କିଛି ଦିନ ଓଡ଼ିଶା ତରଫରୁ ମଧ୍ୟ ଖେଳିଥିଲେ ।

 

 

Leave A Reply

Your email address will not be published.