ଝିଅ ହେଲେ ପୂର୍ବତନ କ୍ରିକେଟର ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ, ୧୦ ମାସ ତଳୁ ନେଉଥିଲେ ହରମୋନ ଥେରାପି

ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବ୍ୟାଟିଂ ପ୍ରଶିକ୍ଷକ ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ବାଙ୍ଗର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି । ଲିଙ୍ଗ ପରିବର୍ତ୍ତନ କରି ସେ ବର୍ତ୍ତମାନ ପୁରୁଷରୁ ମହିଳା ହୋଇଛନ୍ତି । ନିଜ ନାଁ ଅନନ୍ୟା ରଖିଥିବା ମଧ୍ୟ ସୂଚନା ଦେଇଛନ୍ତି । ଏଥିଲାଗି ସେ ୧୦ ମାସ ତଳୁ ହର୍ମୋନ୍ ଥେରାପି ନେବା ଆରମ୍ଭ କରିଥିଲେ । ଏବେ ଇନଷ୍ଟାଗ୍ରାମରେ ନିଜ ନୂଆ ରୂପର ରିଲ୍ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

ରବିବାର ଆର୍ଯ୍ୟନ୍ ଲେଖିଛନ୍ତି, ‘ଶକ୍ତି ହରାଇଛି କିନ୍ତୁ ଖୁସି ପାଇଛି’। ଶରୀର ବଦଳିଛି, ଡିସଫୋରିଆ କମ୍ ହୋଇଛି । ଏବେ ଅନେକ ରାସ୍ତା ଅତିକ୍ରମ କରିବାର ରହିଛି । କିନ୍ତୁ ପଦକ୍ଷେପ ମୋତେ ବହୁତ ନିଜର ଲାଗୁଛି । ୨୩ ବର୍ଷୀୟା ଅନନ୍ୟାଙ୍କ ଅନ୍ୟ ଏକ ରିଲ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ ଆର୍ଯ୍ୟନ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ସହ ଦେଖିବାକୁ ମିଳୁଛନ୍ତି ।

ବର୍ତ୍ତମାନ ମାଞ୍ଚେଷ୍ଟରରେ ରହୁଥିବା ଆର୍ଯ୍ୟନ ବାପା ବାଙ୍ଗରଙ୍କ ଭଳି କ୍ରିକେଟ୍ ଖେଳୁଥିଲେ । ସେ ସ୍ଥାନୀୟ କ୍ଲବ୍ ଇସ୍‌ଲାମ ଜିମ୍‌ଖାନାରୁ ଖେଳୁଥିଲେ । ଏହି ବାମହାତୀ ବ୍ୟାଟର୍ ମଧ୍ୟ ଲିସେଷ୍ଟରସାୟାରର ହିଙ୍କଲେ କ୍ରିକେଟ୍ କ୍ଲବ୍‌ରୁ ଖେଳିଛନ୍ତି । ହର୍ମୋନ ଥେରୋପି କରିବା ପରେ ଆର୍ଯ୍ୟନ କ୍ରିକେଟ୍ ଛାଡ଼ି ଦେଇଥିଲେ ।

ସୂଚନାଯୋଗ୍ୟ, ଗତବର୍ଷ ଅଗ‌ଷ୍ଟ ମାସରେ ସେ ନିଜ ଭାବନାକୁ ନେଇ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ୍‌ରେ ଲେଖିଥିଲେ, ‘ସମାଜର ନୀତିନିୟମରେ ମୁଁ ଅଣନିଶ୍ବାସୀ ହୋଇଗଲିଣି, ଶରୀର ଗୋଟେ କଥା କହୁଥିଲା ବେଳେ ମନ ଅଲଗା କଥା କହୁଛି । ପ୍ରକୃତରେ ମୁଁ କିଏ ଜାଣିପାରୁନି’ ।

You might also like