ହରିୟାଣାରେ ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ଦେଇଥିଲେ ଜାତିଗତ ଟିପ୍ପଣୀ

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଥଟ୍ଟା ମଜା ପଡିଛି ମହଙ୍ଗା । ନିଜର ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ସେ ହୋଇଛନ୍ତି ଗିରଫ ।

ଜାତିଗତ ଟିପ୍ପଣୀ କରିବା ମାମଲାରେ ହରିୟାଣା ହିସାର ଜିଲ୍ଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରାଯାଇଛି । ରଜତ କଲସନ ଯୁବରାଜଙ୍କ ନାମରେ ଏସ୍‌ସି ଏସ୍‌ଟି ମାମଲାରେ ଏଫ୍‌ଆଇଆର୍‌ କରିଥିଲେ । ତେବେ ହାଇକୋର୍ଟଙ୍କ ଆଦେଶ ଉପରେ ଯୁବରାଜଙ୍କୁ ଔପଚାରିକ ଜମାନତ ଦେଇ ଛଡ଼ାଯାଇଥିବା ଜଣାଯାଇଛି ।

ତେବେ ଅଭିଯୋଗକାରୀ ରଜତ କଲସନ କହିଛନ୍ତି ଯେ ଯୁବରାଜ ସିଂହଙ୍କୁ ହରିୟାଣା ପୋଲିସ ଗିରଫ ବେଳେ ଭିଆଇପି ଭାବେ ନେଇଥିଲା । ଏମିତିକି ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ଖାଲି ସେତିକି ନୁହେଁ ଅଫିସର ମେସରେ ତାଙ୍କୁ ଜୁସ ଓ ସ୍ନାକ୍ସ ମଧ୍ୟ ଦିଆଯାଇଥିଲା ।

ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଯୁବରାଜଙ୍କୁ ଦେଇଥିବା ମଧ୍ୟବର୍ତ୍ତିକାଳୀନ ଜମାନତ ନେଇ ସୁପ୍ରିମକୋର୍ଟରେ ରଜତ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ରଜତ ଆହୁରି କହିଛନ୍ତି ଯେ ଭିଆଇପି ଓ ସେଲିବ୍ରେଟିମାନେ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଲୋକଙ୍କୁ ଅପମାନ କରୁଛନ୍ତି । ତେଣୁ ଏମାନଙ୍କୁ ଜେଲ୍‌ ପଠାଇ ସମାଜକୁ ଏକ ଶକ୍ତ ସନ୍ଦେଶ ଦେବାକୁ ତାଙ୍କର ପୁର୍ଣ୍ଣ ପ୍ରଚେଷ୍ଟା ରହିବ ବୋଲି ରଜତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.