ପୂର୍ବତନ ହକି ତାରକା ପିଟର ଓ କୋଚ୍‌ ହରିପ୍ରସାଦଙ୍କୁ ମିଳିଲା କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କି ଏବଂ ରାଜ୍ୟର ଜଣାଶୁଣା ପ୍ରଶିକ୍ଷକ ହରି ପ୍ରସାଦ ପଟ୍ଟନାୟକଙ୍କୁ ୨୦୨୦-୨୧ କ୍ରୀଡ଼ା ଋତୁ ପାଇଁ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି।

ପରଲୋକଗତ ବିଶିଷ୍ଟ କ୍ରିକେଟ୍‌ ପ୍ରଶିକ୍ଷକ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସହିଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ୨୦୨୦-୨୧ ବର୍ଷ ପାଇଁ ପିଟରଙ୍କୁ ଜୀବନବ୍ୟାପୀ ସେବା ପୁରସ୍କାର ଏବଂ ହରି ପ୍ରସାଦଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିଛି। ଭୁବନେଶ୍ୱର ସହିଦସ୍ପୋର୍ଟିଂ କ୍ଲବ ପରିସରରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଓସିଏ ସମ୍ପାଦକ, ସଞ୍ଜୟ ବେହେରା, ପୂର୍ବତନ ଭାରତୀୟ ହକି ଅଧିନୟକ ଦିଲ୍ଲୀପ ତିର୍କୀ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.