କ୍ରୀଡା

୪୦ ବର୍ଷରେ ପାଦ ଥାପିଲେ କ୍ଯାପଟେନ କୁଲ୍, ବିସିସିଆଇ ଜଣାଇଲା ଏମିତି ଶୁଭେଚ୍ଛା

୪୦ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ମାହି ଓ କ୍ୟାପେଟନ କୁଲ ଭାବେ ପରିଚିତ ଧୋନିକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ବିସିସିଆଇ ମଧ୍ୟ ଧୋନିକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୯୮୧ ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ଧୋନି । ୨୦୦୪ମସିହାରେ ଡିସେମ୍ବର ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ ମାହି ।

୨୦୦୫ମସିହାରେ ଡିସେମ୍ବର ୨ତାରିଖରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦିନିକିଆ କ୍ରିକେଟରେ ବିଶ୍ୱର ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଧୋନି । ଦିନିକିଆରେ ଏବେସୁଦ୍ଧା ୩୪୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୦,୭୨୩ ରନ୍ କରିଛନ୍ତି । ୧୦ଟି ଶତକ ସହ ୧୮୩ରନ୍ ହେଉଚି ଧୋନିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୯୦ଟି ଟେଷ୍ଟରେ ୪୮୭୬ରନ୍ ସଂଗ୍ରହ କରିଛନ୍ତି । ଓ୍ଵିକେଟ୍ ପଛରେ ଧୋନିଙ୍କ ବିଚକ୍ଷଣ ବୁଦ୍ଧି ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଧୋନି । ଭାରତକୁ ଟି-୨୦ବିଶ୍ୱକପ୍, ୨୦୧୧ଦିନିକିଆ ବିଶ୍ୱକପ୍, ଚମ୍ପିଆନ ଟ୍ରଫି ଦେଇଛନ୍ତି ଧୋନି । ଚଳିତ ବିଶ୍ୱକପ୍ ରେ ମଧ୍ୟ ଧୋନିଙ୍କ ଭୂମିକା ଭାରତ ପାଇଁ ବେଶ ଗୁରୁତ୍ୱ ବହନ କରିଛି।

୪୦ ବର୍ଷ ବୟସରେ ମଧ୍ୟ ଧୋନୀଙ୍କ ଜୋସ୍ ବିଲକୁଲ କମ୍ ହୋଇନାହିଁ। ଗତବର୍ଷ ନୈରାଶ୍ଯଜନକ ପ୍ରଦର୍ଶନ ଯୋଗୁଁ ଧୋନୀଙ୍କ ଟିମ୍ ସିଏସକେ ଆଇପିଏଲରେ ଭଲ ପ୍ରଦର୍ଶନ କରିପାରିନଥିଲା।

Swagatika

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

7 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

22 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

28 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

42 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago