ପ୍ରଥମ ପତ୍ନୀଙ୍କ ଅନୁମତିରେ ୬୬ ବର୍ଷରେ ବର ସାଜିବେ ଅରୁଣ ଲାଲ, ୨୮ ବର୍ଷୀୟ ଛୋଟ ବୁଲବୁଲକୁ ହେବେ ବାହା

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ତଥା ପଶ୍ଚିମବଙ୍ଗ ବର୍ତ୍ତମାନର କୋଚ ଅରୁଣ ଲାଲ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅରୁଣ ଲାଲ ମେ ୨ ତାରିଖରେ ସ୍କୁଲ ଶିକ୍ଷୟତ୍ରୀ ବୁଲବୁଲ ଶାହାଙ୍କୁ ବିବାହ କରିବେ । ୬୬ ବର୍ଷୀୟ ଅରୁଣ ଲାଲ୍‌ ୩୭ ବର୍ଷୀୟ ବୁଲବୁଲଙ୍କୁ ବିବାହ କରିବେ। ଦୁହେଁ ଅନେକ ଦିନରୁ ରିଲେସନସିପରେ ରହିଥିଲେ। ମିଡିଆ ରିପୋର୍ଟ ମୁତାବକ, ଦୁହେଁ ଗତମାସରେ ନିର୍ବନ୍ଧ କରିସାରିଛନ୍ତି। ଉଭୟଙ୍କ ବିବାହ କୋଲକାତାର ଏକ ନାମୀ ହୋଟେଲରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ଏହି ବିବାହ ଉତ୍ସବରେ ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି ଓ ପୂର୍ବତନ କୋଚ ରବି ଶାସ୍ତ୍ରୀ ଯୋଗ ଦେବେ । ତେବେ ବିବାହା ପୂର୍ବରୁ ଉଭୟଙ୍କ ରେଜିଷ୍ଟ୍ରି ମ୍ୟାରେଜ ହୋଇଯାଇଛି । ଅରୁଣ ଓ ବୁଲବୁଲଙ୍କ ମଧ୍ୟରେ ଗତ ୩ ବର୍ଷ ହେଲା ସମ୍ପର୍କ ରହିଛି। ହେଲେ ବୁଲବୁଲଙ୍କ ସହ ସୌରଭ ଗାଙ୍ଗୁଲିଙ୍କ ଭଲ ସମ୍ପର୍କ ରହିଛି ।

ଅରୁଣଙ୍କ ପ୍ରଥମ ବିବାହ ରୀନାଙ୍କ ସହିତ ହୋଇଥିଲା। ଦୁହେଁ ଆପୋଷ ବୁଝାମଣାରେ ଛାଡପତ୍ର ମଧ୍ୟ ନେଇଛନ୍ତି। ଛାଡପତ୍ର ପରେ ଦୁହେଁ ଅଲଗା ରହୁଥିଲେ। କିନ୍ତୁ ସେ ଅସୁସ୍ଥ ଥିବାରୁ ଏବେ ରୀନା ଅରୁଣଙ୍କ ଘରେ ରହୁଛନ୍ତି। ଆଉ ଅରୁଣ ମଧ୍ୟ ତାଙ୍କର ଦେଖାଶୁଣା କରୁଛନ୍ତି। ଏପରିକି ରୀନାଙ୍କ ସହମତିରେ ବିବାହ କରୁଥିବା ଶୁଣିବାକୁ ମିଳୁଛି । ଏବେ ଅରୁଣଙ୍କ ଘରେ ରହୁଛନ୍ତି ବୁଲବୁଲ ।

ଅରୁଣ ଲାଲ ବିବାହ ପାଇଁ କାର୍ଡ ଛପାଇସାରିଲେଣି। ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଛି। କାର୍ଡ ମୁତାବକ, ଦୁହିଁଙ୍କ ବିବାହ ୨ ମଇରେ କୋଲକତାର ପିଅରଲେସ ହୋଟେଲରେ ହେବ। ଏହା ପରେ ଦୁହିଁଙ୍କର ଏକ ଜବରଦସ୍ତ ରିସେପସନ ମଧ୍ୟ ହେବ।

arun lal
Photo credit: DNA India

ଅରୁଣ ଲାଲ ୧୯୮୯-୯୦ରେ ବଙ୍ଗଳା ରଣଜୀ ଟ୍ରଫି ଟିମର ବିଜେତା ରହିଥିଲେ। ୨୦୧୬ରେ ତାଙ୍କୁ ମୁଖ ଗ୍ଵହର କ୍ୟାନସର ହୋଇଥିଲା। କିନ୍ତୁ ସେ ହାର ମାନିନଥିଲେ। ଖାସ୍‌ ଏହି କାରଣ ଯୋଗୁଁ କମେଣ୍ଟ୍ରି କରିବା ଛାଡିଦେଇଥିଲେ ଅରୁଣ ଲାଲ। ଅରୁଣ ଲାଲଙ୍କୁ ୨୦୧୯ରେ ବଙ୍ଗଳା କ୍ରିକେଟ ସଂଘ ଦ୍ୱାରା ଲାଇଫଟାଇମ ଆଚିଭିମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଅରୁଣ ଲାଲ ୧୯୮୨ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ। ସୁନୀଲ ଗାଭାସ୍କରଙ୍କ ସହିତ ଇନିଂସ ଆରମ୍ଭ କରିଥିଲେ। ଏହି ମ୍ୟାଚରେ ୬୩ ରନ୍‌ କରିଥିଲେ ଅରୁଣ ଲାଲ। କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ଟେଷ୍ଟ ଖେଳ ଖେଳିନଥିଲେ। ଅରୁଣ ଲାଲ ୧୯୮୨-୮୯ ମଧ୍ୟରେ ମାତ୍ର ୧୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହାଛଡା ୧୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଅରୁଣ ଲାଲ। ୧୯୮୯ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ। ୨୦୦୧ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଏହା ପରେ କମେଣ୍ଟ୍ରି କରିବା ଆରମ୍ଭ କରିଦେଇଥିଲେ ଅରୁଣ ଲାଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.