ହାର୍ଟ ସର୍ଜରୀ ପରେ ପକ୍ଷାଘାତର ଶିକାର ହେଲେ ନ୍ଯୁଜଲାଣ୍ଡର ପୂର୍ବତନ କ୍ରିକେଟର କ୍ରିସ କ୍ରେନ୍ସ

ନ୍ଯୁଜଲାଣ୍ଡର ପୂର୍ବତନ କ୍ରିକେଟର କ୍ରିସ କ୍ରେନ୍ସ ଙ୍କ ଅବସ୍ଥା ସଙ୍କଟାପନ୍ନ । କିଛିଦିନ ତଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ କାନବେରା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି ବୋଲି ଖବର ମିଳିଥିଲା। ୫୧ବର୍ଷୀୟ କେର୍ନସଙ୍କ ହୃଦଘାତ ହେବା ପରେ ସେ ଅନେକଥର ଏହାର ଅସ୍ତ୍ରୋପଚାର କରାଇଥିଲେ । ହେଲେ ଏହା ସଫଳ ହୋଇପାରିନଥିଲା । ସର୍ଜରୀ ସମୟରେ ପକ୍ଷାଘାତର ଶିକାର ହେବା ଯୋଗୁଁ ତାଙ୍କ ଗୋଡ ଆଉ କାମ କରୁନାହିଁ।

କ୍ରେନ୍ସ ନ୍ୟୁଜିଲାଣ୍ଡ ପାଇଁ ୧୯୮୯ରୁ ୨୦୦୬ ମଧ୍ୟରେ ୬୨ ଟେଷ୍ଟ, ୨୧୫ ଦିନିକିଆ ଅର୍ନ୍ତଜାତୀୟ ମ୍ୟାଚ ଖେଳିଥିଲେ । ଅବସର ପରେ ସେ କମେଣ୍ଟଟର ଭାବେ କାମ କରୁଥିଲେ । ୨୦୧୦ରେ ବିବାହ ପରେ ସେ ଅଷ୍ଟ୍ରେଲିଆରେ ରହି ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.