ପୂର୍ବତନ ରଣଜୀ ଖେଳାଳି ଗିରଫ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିଲେ
ଆଇପିଏଲ୍ ଟିମ୍ ସହିତ ଜଡିତ ଥିବା ରଣଜୀ ଖେଳାଳି ଗିରଫ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପିଏ ବୋଲି ସମସ୍ତଙ୍କୁ କହି ଠକୁଥିଲେ । ୬୦ରୁ ଅଧିକ କମ୍ପାନୀକୁ ଠକିଥିବା ସୂଚନା । ମୁମ୍ବାଇ ସାଇବର ସେଲ ପୋଲିସ କଲା ଗିରଫ ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପିଏ କହି ଲୋକଙ୍କୁ ଠକୁଥିଲେ ପୂର୍ବତନ ରଣଜୀ ଖେଳାଳି। ମୁମ୍ବାଇ ସାଇବର ସେଲ ପୋଲିସ ଜାଣିବା ପରେ କଲା ଗିରଫ । ନାଗରାଜ ବୁଦୁମରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଲୋକଙ୍କୁ ଠକୁଥିଲେ । ଏହି ଉପାୟରେ ୬୦ରୁ ଉର୍ଦ୍ଧ୍ୱ କମ୍ପାନୀକୁ ଠକି ସାରିଛନ୍ତି । ନାଗରାଜ ଆନ୍ଧ୍ରପ୍ରଦେଶର ପୂର୍ବ ରଣଜୀ ଖେଳାଳି। ଏହାଛଡା ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦ ଟିମରେ ମଧ୍ୟ ସାମିଲ ଥିଲେ ।
ଅଭିଯୋଗ ଅନୁଯାୟୀ, ନାଗରାଜ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମ ନେଇ ଇଲେକ୍ଟ୍ରୋନିକ୍ସ ଉପକରଣ ବିକ୍ରି କରୁଥିବା ଏକ କମ୍ପାନୀ ଠାରୁ ୧୨ ଲକ୍ଷ ଟଙ୍କା ଠକି ନେଇଛନ୍ତି । ନାଗରାଜ ଏପରି ଭାବେ ୬୦ରୁ ଉର୍ଦ୍ଧ୍ୱ କମ୍ପାନୀ ଠାରୁ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ନାଗରାଜଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନଗଦ ୭.୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି ।
ଖବର ମୁତାବକ, ନାଗରାଜ ଇଲେକ୍ଟ୍ରୋନିକ୍ସ ଉପକରଣ ବିକ୍ରି କରୁଥିବା କମ୍ପାନୀର ଏମଡି ଠାରୁ କ୍ରିକେଟ କିଟ୍ ସ୍ପନର୍ସ ପାଇଁ ୧୨ ଲକ୍ଷ ଟଙ୍କା ଦାବି କରିଥିଲେ । ନାଗରାଜ କମ୍ପାନୀକୁ ଆନ୍ଧ୍ର କ୍ରିକେଟ ସଂଘ ନାମରେ ନକଲି କାଗଜପତ୍ର ଏବଂ ଇମେଲ ଆଇଡି ତିଆରି କରିଥିଲେ । କମ୍ପାନୀ ଏହା ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ନାଗରାଜଙ୍କ ନାମରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପାଖାପାଖି ୩୦ଟି ମାମଲା ରହିଛି । ପୋଲିସ ଦୀର୍ଘଦିନରୁ ନାଗରାଜଙ୍କୁ ଖୋଜୁଥିଲା। ତେବେ ନାଗରାଜଙ୍କୁ ଗିରଫ କରିବା ପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ।