ଆକାଶବାଣୀର ପୂର୍ବତନ କ୍ରୀଡ଼ା ପ୍ରସାରକ ସୁରେଶ ଚନ୍ଦ୍ର ନାୟକଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ୍‌) : ଆକାଶବାଣୀର ପୂର୍ବତନ କ୍ରୀଡ଼ା ପ୍ରସାରକ ସୁରେଶ ଚନ୍ଦ୍ର ନାୟକଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସ୍ୱର୍ଗତଃ ନାୟକ ଓଡ଼ିଶାର ଜୟପୁର, କଟକ ଆକାଶବାଣୀ କେନ୍ଦ୍ର ସହ ପୂର୍ବାଞ୍ଚଳ ଓ ନୂଆଦିଲ୍ଲୀରେ ନିଜ କର୍ମ ଜୀବନ ବିତାଇଛନ୍ତି । ସେ ବେତାର ଜଗତର କ୍ରୀଡ଼ା କାର୍ଯ୍ୟକ୍ରମର ଜଣେ ଦକ୍ଷ ପ୍ରଯୋଜକ ଭାବେ ସାରା ଭାରତରେ ପରିଚିତ ଥିଲେ ।

ଅଲମ୍ପିକ୍ସ, ଏସିଆନ ଗେମ୍ସ, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା, ଜାତୀୟ କ୍ରୀଡ଼ା ପ୍ରତିଯୋଗୀତା ସହ କ୍ରିକେଟ, ଫୁଟବଲ ଖେଳର ଧାରାବିବରଣୀ ପ୍ରଯୋଜନାରେ ଦକ୍ଷତା ହାସଲ କରିଥିଲେ । ସେ ଆକାଶବାଣୀ ଓ ଦୂରଦର୍ଶନ କାର୍ଯ୍ୟକ୍ରମର କର୍ମଚାରୀ ସଂଘର ସର୍ବଭାରତୀୟ ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ନିଜର ପ୍ରସାରକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ନାୟକ ଭୁବନେଶ୍ୱର ପ୍ରସାର ଭାରତୀ ଜାତୀୟ ପ୍ରଶିକ୍ଷଣ ସଂସ୍ଥାରୁ ସହକାରୀ ନିର୍ଦ୍ଦେଶକ ଭାବେ ୨୦୧୨ ରେ ଅବସର ଗ୍ରହଣ କରିଥିଲେ । ସେ ଜଣେ ମେଳାପୀ, ବନ୍ଧୁପ୍ରିୟ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.