ଆଇସିୟୁରେ ଗୁରୁତର ଅବସ୍ଥାରେ ଟିମ୍‌ ଇଣ୍ଡିଆର ପୂର୍ବତନ ଓପ୍ନର

ସୁଧୀର ନାଏକ ପୂର୍ବତନ କିମ୍ବଦନ୍ତୀ ଓପ୍ନର ସୁନୀଲ ଗାଭାସ୍କରଙ୍କ ସହିତ ଇନିଂସ୍‌ ଆରମ୍ଭ କରୁଥିଲେ । ଅବଶ୍ୟ ସେ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ନାହାନ୍ତି । ମାତ୍ର ୩ଟି ଟେଷ୍ଟ ଏବଂ ୨ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି ।

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପ୍ନର ଗୁରୁତର ଅସୁସ୍ଥ । ବିଗତ ଦିନର ଏହି ଟେଷ୍ଟ ଓ ଦିନିକିଆ ଖେଳାଳି ଗତ ୨୪ ତାରିଖ ଦିନ ଘରେ ପଡ଼ି ଯିବାରୁ ଗୁରୁତର ଆହତ ହୋଇ ଏବେ ହସପିଟାଲରେ ଅଛନ୍ତି । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେ ହେଉଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଓପ୍ନର ସୁଧୀର ନାଏକ ।

ସୁଧୀର ନାଏକ ପୂର୍ବତନ କିମ୍ବଦନ୍ତୀ ଓପ୍ନର ସୁନୀଲ ଗାଭାସ୍କରଙ୍କ ସହିତ ଇନିଂସ୍‌ ଆରମ୍ଭ କରୁଥିଲେ । ଅବଶ୍ୟ ସେ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ନାହାନ୍ତି । ମାତ୍ର ୩ଟି ଟେଷ୍ଟ ଏବଂ ୨ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି । ତେବେ ଭାରତ ଖେଳିଥିବା ପ୍ରଥମ ଦିନିକିଆରେ ସେ ଗାଭାସ୍କରଙ୍କ ସହ ଓପନିଂ କରି ଭାରତ ପାଇଁ ପ୍ରଥମ ଚୌକା ମାରିବାର ରେକର୍ଡ଼ କରିଛନ୍ତି । ୧୯୭୪ ମସିହାରେ ଉଂଲଣ୍ଡର ଲିଡସ ଠାରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା । ଅବଶ୍ୟ ଏହି ମ୍ୟାଚ୍‌ରେ ଭାରତ ଘରୋଇ ଇଂଲଣ୍ଡ ଠାରୁ ୪ ଓ୍ଵିକେଟ୍‌ରେ ହାରି ଯାଇଥିଲା ।
ସୁଧୀର ନାଏକଙ୍କ ଅବସ୍ଥା ଭଲ ନାହିଁ । ସେ ଏବେ ଆଇସିୟୁରେ ଅଛନ୍ତି । କ୍ରିକେଟ୍‌୍‌ରୁ ଅବସର ନେବା ପରେ ମୁମ୍ବାଇ ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ର ପିଚ୍‌ ଦାୟିତ୍ୱରେ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.