କଳ୍ପଳା ଜଳ୍ପନାର ଅନ୍ତ : ଫିଫା ବିଶ୍ୱକପର ତାଜ ପିନ୍ଧିଲା ଫ୍ରାନ୍ସ

ନୂଆଦିଲ୍ଲୀ: ଫାଇନାଲରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ୨୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି ଫ୍ରାନ୍ସ । ଋଷିଆର ଲୁଝନିକି ଷ୍ଟାଡିଅମରେ ଖେଳା ଯାଇଥିବା ଫାଇନାଲ ଲଢ଼େଇରେ ଦମଦାର ପ୍ରଦର୍ଶନ କରିଥିଲା ଫ୍ରାନ୍ସ। ଖେଳ ଆରମ୍ଭରୁ ଉଭୟ ଦଳ ଘନ ଘନ ଆକ୍ରମଣ କରିଥିଲେ । ତେବେ ଫ୍ରାନ୍ସ ଟିମର ଡିଫେନ୍ସ ଆଗରେ କ୍ରୋଏସିଆ ଖେଳାଳି ମାନେ ହାର ମାନିଥିଲେ। ଖେଳର ୧୮ ତମ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲା ଫ୍ରାନ୍ସ । ପରେ ୨୮ତମ ମିନିଟରେ ଗୋଲ ପରିଶୋଧ କରିଥିଲା କ୍ରୋଏସିଆ।

ଏହା ପରେ ପୁଣି ୩୮ ତମ ମିନିଟରେ ଆଉ ଏକ ଗୋଲ ଦେଇ ପ୍ରଥମାର୍ଦ୍ଧରେ ଫ୍ରାନ୍ସ ଆଗୁଆ ଥିଲା। ଦ୍ୱିତିୟାର୍ଦ୍ଧରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳ ଖେଳିଥିଲା । ୫୯ ଓ ୬୫ ମିନିଟରେ ଗୋଲ ଦେଇ ୪-୧ରେ ଆଗୁଆ ରହିଥିଲା। ତେବେ ୬୯ତମ ମିନିଟରେ କ୍ରୋଏସିଆ ଆଉ ଏକ ଗୋଲ କରି ମ୍ୟାଚକୁ ୪-୨ ସ୍ତରକୁ ଆଣିଥିଲା। ତେବେ ଦଳ ରନର୍ସଅଫରେ ସନ୍ତୁଷ୍ଟ ହୋଇଛି। ସେପଟେ ନବମ ୟୁରପିଆନ ଦଳ ଭାବେ ଫ୍ରାନ୍ସ ଟାଇଟଲ ଜିତିଛି। ବିଶ୍ୱ ବିଜେତା ଫ୍ରାନ୍ସକୁ ଟ୍ଵିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.