ବିଶ୍ୱକପ୍ ହକି ପାଇଁ କାଉଣ୍ଟଡାଉନ୍ ଆରମ୍ଭ , ଭୁବନେଶ୍ୱରରେ ଫ୍ରାନ୍ସ ଟିମ୍

ଭୁବନେଶ୍ବର : ହକି ବିଶ୍ୱକପ୍ ପାଇଁ ବଢୁଛି ଉତ୍କଣ୍ଠା । ମଝିରେ ଆଉ ମାତ୍ର ୫ ଦିନ । କ୍ରୀଡାପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି କ୍ରେଜ୍। ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚୁଛନ୍ତି ଖେଳାଳି। ଆଜି ପହଞ୍ଚିଛି ଫ୍ରାନ୍ସ ଟିମ୍ । ରାତିରେ ପହଞ୍ଚିବେ ଚାଇନା ଖେଳାଳି। ଗତକାଲି ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଟିମ୍ ଆସିଥିଲା । ଆଜିଠାରୁ ଉଭୟ ଦଳ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ଅନ୍ୟ ୧୩ ଦଳ ମଧ୍ୟ ଖୁବଶୀଘ୍ର ଭୁବନେଶ୍ୱରରେ ପହଞ୍ଚିବେ । ହକି ବିଶ୍ୱକପକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ସେହିପରି ଭୁବନେଶ୍ୱରକୁ ନବବଧୂ ପରି ସଜାଯାଉଛି। ରାସ୍ତା, ଛକ, ବଜାର, ପାର୍କ ସବୁଠି ରଙ୍ଗୀନ ଆଲୋକମାଳା। ଆଉ କାନ୍ଥରେ ଓଡ଼ିଶାର କଳା ଐତିହ୍ୟର ଛାପ। ଏସବୁ ଭିତରେ ଅପେକ୍ଷା ଉଦ୍ଘାଟନୀ ମ୍ୟାଚ୍କୁ।