ଭୁବନେଶ୍ୱର (କେ ନ୍ୟୁଜ୍) : ହକି ବିଶ୍ୱ କପ୍ର ଆଜି ଦ୍ୱିତୀୟ କ୍ରସ୍ ଓଭର ମ୍ୟାଚ୍ରେ ଚୀନ୍କୁ ୧-୦ ଗୋଲ୍ରେ ହରାଇ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛି ଫ୍ରାନ୍ସ । କ୍ୱାର୍ଟର ଫାଇନାଲ୍ରେ ଏହାର ମୁକାବିଲା ବିଶ୍ୱର ଏକ ନମ୍ବର ତଥା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହିତ ହେବ ।
ଆଜି ମ୍ୟାଚ୍ରେ ନବାଗତ ଚୀନ୍ ଶେଷ ପର୍ଯ୍ୟନ୍ତ ଜୋରଦାର ଲଢ଼େଇ କରିଥିଲା । ତେବେ ୩୬ ମିନିଟ୍ରେ ଟିମୋଥି କ୍ଲିମେଣ୍ଟଙ୍କ ଗୋଲ୍ ଶେଷରେ ଫ୍ରାନ୍ସକୁ ବିଜୟୀ କରାଇଥିଲା । ବିଜୟୀ ଦଳର ଭିକଟର ଲକଉଡ୍ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି ।
ଆସନ୍ତାକାଲି ବେଲଜିୟମ ଓ ପାକିସ୍ତାନ ଏବଂ ନେଦରଲାଣ୍ଡସ ଓ କାନାଡ଼ା ମଧ୍ୟରେ କ୍ରସଓଭର ମ୍ୟାଚ୍ ଖେଳାଯିବ । ବେଲଜିୟମ-ପାକିସ୍ତାନ ମ୍ୟାଚ୍ରେ ଯିଏ ଜିତିବ କ୍ୱାର୍ଟରଫାନାଲ୍ରେ ଜର୍ମାନୀକୁ ଭେଟିବ । ସେହିପରି ନେଦରଲାଣ୍ଡସ ଓ କାନାଡ଼ା ମ୍ୟାଚ୍ର ବିଜେତା ୧୩ ତାରିଖରେ ଆୟୋଜକ ଭାରତ ସହ କ୍ୱାର୍ଟର ଫାଇନାଲ୍ରେ ମୁକାବିଲା କରିବ ।