ଆଜିଠାରୁ ଭାରତ – ବାଂଲାଦେଶ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ, ଚେନ୍ନାଇର ଚେପକରେ ଖେଳାଯିବ ପ୍ରଥମ ମ୍ୟାଚ୍

ଆଜିଠୁ ଆରମ୍ଭ ହେଉଛି, ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ। ଏହି ମ୍ୟାଚ୍ ଚେନ୍ନାଇର ଆଇକନିକ୍ MA ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।  ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍- WTC ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ତୃତୀୟ ଥର ପାଇଁ WTC ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଏହି ସିରିଜ ଭାରତ ପାଇଁ ବେଶ୍ ସହାୟକ ହେବ ।  ସେପଟେ ଏହି ସିରିଜ ପୂର୍ବରୁ ବାଂଲାଦେଶ, ପାକିସ୍ତାନକୁ ତା ନିଜ ମାଟିରେ କ୍ରମାଗତ ୨ଟି ଟେଷ୍ଟରେ ପରାସ୍ତ କରିବାପରେ ଭ୍ରମଣକାରୀ ଦଳର ମନୋବଳ ଦୃଢ଼ ରହିଛି ।

ସିରିଜ୍ ବିଜୟ ରେକର୍ଡ କରିବା ପରେ ବାଂଲାଦେଶ ଏହି ସିରିଜରେ ପ୍ରବେଶ କରିଛି ଏବଂ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ଧାରା ଜାରି ରଖିବାକୁ ଦଳ ଉଦ୍ୟମ କରିବ ।  ଗୌତମ ଗମ୍ଭୀର କୋଚ୍ ଭାବେ ଦାୟିତ୍ବ ନେବାପରେ ଭାରତୀୟ ଦଳର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍ । ଭାରତ-ବାଂଲାଦେଶ ବର୍ତ୍ତମାନ ସୁଦ୍ଧା ୧୩ଟି ଟେଷ୍ଟରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୧ଟିରେ ବିଜୟ ହାସଲ କରିଛି ଓ ବାକି ୨ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି ।  ସେପଟେମ୍ବର ୨୭ରେ ସିରିଜର ଦ୍ବିତୀୟ ଟେଷ୍ଟ କାନପୁରର ଗ୍ରୀନପାର୍କ ଷ୍ଟାଡିଅମରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like