‘ଭାଇ ମୋ ରାସ୍ତା ରୋକନି’…ଫ୍ୟାନ୍ସଙ୍କୁ ଏମିତି ରିଆକ୍ସନ ଦେଲେ ବିରାଟ କୋହଲି

ଅଷ୍ଟ୍ରେଲିଆ ବିପକ୍ଷ ୫ଟି ଟେଷ୍ଟ ମ୍ୟାଚ ସିରିଜ ହାରିବା ପରେ ବିରାଟ କୋହଲି ଏବେ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଅଲିବାଗରେ ଥିବା ନୂଆ ଘରେ ଗୃହ ପ୍ରବେଶ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ନିକଟରେ ବିରାଟ ଏବଂ ଅନୁଷ୍କାଙ୍କୁ ଅଲିବାଗ ଯାଉଥିବା ବେଳେ ଗେଟ ୱେ ଅଫ ଇଣ୍ଡିଆ ନିକଟରେ ଦେଖିବାକୁ ମିଳିଥିଲା ।

ବିରାଟ କୋହଲି ପୁଣି ଅଲିବାଗ ଯାଉଥିବା ବେଳେ ଫ୍ୟାନ୍ସ ତାଙ୍କୁ ଚାରିପଟୁ ଘେରିଯାଉଛନ୍ତି । ଫ୍ୟାନ୍ସ ଚାରିପଡେ ଘେରି ଯାଉଥିବା ବେଳେ ବିରାଟ ଚାଲି ଯିବାରେ ସମସ୍ୟା ଭୋଗୁଛନ୍ତି । ତେଣୁ ଫ୍ୟାନ୍ସଙ୍କୁ ରାସ୍ତା ଛାଡିବା ପାଇଁ କହୁଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓରେ ବିରାଟ କହୁଛନ୍ତି, ଭାଇ ମୋ ରାସ୍ତା ରୋକନି । ଅଲିବାଗରେ କିଣିଥିବା ଭିଲ୍ଲାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି ।

ସୂଚନାଯୋଗ୍ୟ, ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଗତ ସପ୍ତାହରେ ଅଷ୍ଟ୍ରେଲିଆ ଟୁରରୁ ଫେରିଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ ବିରାଟ କୋହଲିଙ୍କ ନିରାଶଜନକ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ବିରାଟ କୋହଲି କେବଳ ୧୯୦ ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ମଧ୍ୟ ଭାରତ ବାଦ୍ ପଡିଛି । ବିରାଟ ଏବେ ନିଜ ପରିବାର ସମୟ ଅତିବାହିତ କରୁଛନ୍ତି ।

ତେବେ ଟେଷ୍ଟ ସିରିଜ ହାରିବା ପରେ ବିରାଟଙ୍କୁ ରଣଜୀ ମ୍ୟାଚ ଖେଳିବାକୁ ବିସିସିଆଇ କହିଛି ।

ସୂଚନାଯୋଗ୍ୟ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆରେ ଫେରୀ ପାଇଁ ଅପେକ୍ଷା କରିଥିବାର ନଜର ଆସିଥିଲେ । ଦୁହେଁ ଅଲିବାଗ ପାଇଁ ବାହାରିଥିଲେ । ଏହି ସମୟରେ ଭାମିକା ଏବଂ ଅକାୟ ସାଙ୍ଗରେ ନଥିଲେ । ବିରାଟ କୋହଲି ଏବଂ ଅନୁଷ୍କା ଅଲିବାଗରେ ଥିବା ନୂଆ ଘରେ ଗୃହ ପ୍ରବେଶ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ପରିବାର ସହିତ ଉତ୍ତର ପ୍ରଦେଶର ବୃନ୍ଦାବନ ଶ୍ରୀ ପ୍ରେମାନନ୍ଦ ଗୋବିନ୍ଦ ଶରଣ ଜୀ ମହାରାଜଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସମୟରେ ଦୁଇ ପିଲା ଏକାଠି ଥିଲେ ।

Also Read : ଲଣ୍ଡନ ଗଳି ଛାଡି ମୁମ୍ବାଇ ବୁଲିବାକୁ ବାହାରିଥିଲେ ବିରୁଷ୍କା, ଗେଟ୍ ୱେ ଅଫ ଇଣ୍ଡିଆରୁ ଅଲିବାଗ୍ ଯାତ୍ରା

You might also like