ଆରସିବି ପ୍ଲେ ଅଫ୍‌ ପାଇଁ ବିରାଟ କୋହଲିଙ୍କ ଖେଳିବାର ଯୋଗ୍ୟତା ନାହିଁ: ଗୌତମ ଗମ୍ଭୀର

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର । ଦୁଇଥର ଆଇପିଏଲ ବିଜେତା ଅଧିନାୟକ ଗମ୍ଭୀର ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆରସିବି ପ୍ଲେ ଅଫ୍‌ ପାଇଁ ଖେଳିବାର ଯୋଗ୍ୟତା ନାହିଁ ବୋଲି ସେ କହିଛନ୍ତି । କୋହଲୀ ଭାରତୀୟ କ୍ରିକେଟ ଟିମର ଅଧିନାୟକ, ତାଙ୍କୁ ଅନଭିଜ୍ଞ ବୋଲି କୁହାଯାଇପାରିବ ନାହିଁ । ୮ ବର୍ଷ ଧରି ଆରସିବି ପାଇଁ ଖେଳୁଛନ୍ତି, ହେଲେ ଭଲ ପ୍ରଦର୍ଶନ କରିପାରିନାହାନ୍ତି ।

ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ସେମାନଙ୍କ ଦଳ ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ରୋହିତ ଶର୍ମା ଭଲ ପ୍ରଦର୍ଶନ କରିନଥିଲେ, ତାଙ୍କୁ ମମ୍ବାଇ ଟିମ୍‌ ର ଅଧିନାୟକରୁ ହଟାଇ ଦିଆଯାଇଥାନ୍ତା ବୋଲି କହିଛନ୍ତି ଗାମ୍ଭୀର । ଧୋନୀ ତିନିଟି ଟାଇଟଲ ଓ ରୋହିତ ଶର୍ମା ଚାରିଟି ଟାଇଟଲ ଜିତିଛନ୍ତି । ସେଥିପାଇଁ ସେମାନେ ଏତେଦିନ କ୍ୟାପଟେନସିପ୍‌ କରୁଛନ୍ତି । ବିରାଟ କୋହଲି ଟିମର ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ହେବା ଦରକାର । ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ୟାର୍ଡଷ୍ଟିକ୍‌ ରହିବା ଉଚିତ୍‌ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.