ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର, ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ

ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର । ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ । ରାହୁଲ ଦ୍ରାବିଡଙ୍କ ପରେ କିଏ? ଆଜି ମିଳିଲା ଉତ୍ତର । ପୂର୍ବରୁ ଚର୍ଚ୍ଚା ହେଉଥିଲା ଭାରତୀୟ ପୁରୁଷ କ୍ରିକେଟ ଦଳର ପରିବର୍ତ୍ତୀ ହେଡ୍ କୋଚ୍ ରେସରେ ଗୌତମ ଗମ୍ଭୀର ଆଗରେ ଅଛନ୍ତି । ଆଜି ବିସିସିଆଇ ମୋହର ଲାଗିଗଲା। ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ୍ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରି ଅତ୍ୟନ୍ତ ଖୁସି ବୋଲି ସୋସିଆଲ ମଡିଆରେ ପୋଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ।
ଆଧୁନିକ କ୍ରିକେଟ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି । ସେହି ପରିବର୍ତ୍ତନକୁ ଅତି ନିକଟରୁ ଦେଖିଛନ୍ତି ଗୌତମ ଗମ୍ଭୀର। ତାଙ୍କ କ୍ୟାରିଆରରେ ସେ ବିଭିନ୍ନ ଭୂମିକାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ତେଣୁ ଜୟ ଶାହା ଲେକିଛନ୍ତି, ବିଶ୍ବାସ ରହିଛି ଭାରତୀୟ କ୍ରିକେଟକୁ ଗୌତମ ଗମ୍ଭୀର ଆଗକୁ ନେଇ ପାରିବେ । ଗୌତମଙ୍କ ଏ ନୂଆଯାତ୍ରାରେ ବିସିସିଆଇ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ ।
ଗୌତମ ଗମ୍ଭୀର ମଧ୍ୟ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଭାରତ ମୋ ପରିଚୟ । ଦେଶର ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ଗୌରବର କଥା । ଏବେ ପୁଣି ଫେରୁଛିି, ଅବଶ୍ୟ ଏକ ଭିନ୍ନ ଭୂମିକାରେ ବୋଲି ଲେଖିଛନ୍ତି ଗୌତମ ଗମ୍ଭୀର । ମେନ୍ ଇନ୍ ବ୍ଲୁ, ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ବହନ କରୁଛନ୍ତି । ସେହି ସ୍ବପ୍ନକୁ ପୂରଣ କରିବାକୁ ମୁଁ ସବୁ କିଛି କରିବି ବୋଲି ଗମ୍ଭୀର କହିଛନ୍ତି।
ଗୌତମ ଗମ୍ଭୀର ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପ୍ ଓ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟୀ ଟିମର ସଦସ୍ୟ ଥିଲେ। ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ ଆଇପିଏଲରେ ଚାମ୍ପିଅନ ହୋଇଥିଲା କେକେଆର ଦଳ। ୨୦୨୪ରେ କେକେଆରର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ଆଉ କେକେଆର ଚାମ୍ପିଅନ ହୋଇଥିଲା। ଗୌତମ ଗମ୍ଭୀର ୫୮ଟି ଟେଷ୍ଟ ଖେଳି ୪ ହଜାର ୧୫୪ ରନ କରିଛନ୍ତି। ୧୪୭ଟି ଦିନିକିଆ ଖେଳି କରିଛନ୍ତି ୫ ହଜାର ୨୩୮ ରନ। ୩୭ଟି ଆନ୍ତର୍ଜାତିକ ଟି-ଟ୍ବେଣ୍ଟି ଖେଳି ୯୩୨ ରନ୍ କରିଛନ୍ତି। ୨୦୧୬ରେ ଗମ୍ଭୀର ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ।