ଗୌତମ ଗମ୍ଭୀରଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା

ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ କରୋନା ପଜିଟିଭି ବୋଲି ଜଣାପଡିଛି। ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ଟେଷ୍ଟ୍ କରାଇବାକୁ ଅନୁରୋଧ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି ଯେ, ସ୍ୱଳ୍ପ ଲକ୍ଷଣ ଦେଖାଯିବା ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁ ମାନେ ବି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ୍ କରାଇନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ସୂଚନାଯୋଗ୍ୟ, ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଇଣ୍ଡିଆପ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ରେ ପ୍ରଥମ ଥର ଅଂଶଗ୍ରହଣ କରୁଥିବା ଲଖନଉ ଟିମ୍ ର ନାମ ନିକଟରେ ଘୋଷଣା କରାଯାଇଛି ଓ ଗୌତମ ଏହି ଟିମ୍ ର ମେଣ୍ଟର୍ ରହିଛନ୍ତି । ତେବେ ଲଖନଉ ଟିମ୍ ର ନାମ ଲଖନଉ ସୁପର୍ ଜଏଣ୍ଟସ୍ ରଖାଯାଇଛି । ଏହା ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଟିମ୍ ।

ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସଙ୍କ ସହ ଖେଳିଥିବା ଗୌତମ ଗମ୍ଭୀର ଦୁଇଥର ଆଇପିଏଲ୍ ବିଜେତା ଅଧିନାୟକ ଅଟନ୍ତି। କିନ୍ତୁ ବର୍ତ୍ତମାନ ସେ ଲଖନଉ ଦଳର ପରାମର୍ଶଦାତା ହେବେ। ଲଖନଉ ଦଳର ଦଳ କେ.ଏଲ୍ ରାହୁଲଙ୍କୁ ଏହାର ଅଧିନାୟକ ଅଛନ୍ତି।