ଇମ୍ରାନ୍ଙ୍କ ଶପଥ ଗ୍ରହଣ ଉତ୍ସବ : ଗାଭାସ୍କର ଯିବେନି ସିଦ୍ଧୁ ଯିବେ, ଅନୁମତି ଅପେକ୍ଷାରେ କପିଳ ଦେବ

ମୁମ୍ବାଇ: ଆସନ୍ତା ୧୮ ତାରିଖରେ ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଇସଲାମାବଦରେ ହେବ ଶପଥ ଗ୍ରହଣ ଉତ୍ସବ । ଏଥିରେ ଯୋଗ ଦେବା ପାଇଁ ଭାରତର ତିନି ଜଣ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, କପିଳ ଦେବ ଓ ନଭଜ୍ୟୋତ ସିଂହ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇଛି । ତେବେ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଯୋଗ ଦେବେ ନାହିଁ । ସେ ଏବେ ଭାରତ-ଇଂଲଣ୍ଡ ସିରିଜ୍ରେ ଭାଷ୍ୟକାର ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ପାକିସ୍ତାନ ଯାଇ ପାରିବେ ନାହିଁ ବୋଲି କହିଛନ୍ତି । ସେପଟେ ସିଦ୍ଧୁ ଆମନ୍ତ୍ରଣ ଗ୍ରହଣ କରି ଇସଲାମାବାଦ ଯିବାର ସବୁ ବ୍ୟବସ୍ଥା କରି ସାରିଛନ୍ତି । ତେବେ କପିଳ ଦେବ କହିଛନ୍ତି ସରକାରଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନେବି । ଯଦି ସରକାର ଅନୁମତି ଦିଅନ୍ତି ତେବେ ସେ ଇମ୍ରାନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।