ହକି ବିଶ୍ୱ କପ୍ : ପେନାଲଟି ସୁଟ୍ଆଉଟ୍ରେ ବେଲଜିୟମକୁ ୫-୪ରେ ହରାଇ ଜର୍ମାନୀ ଚାମ୍ପିଅନ୍
ଭୁବନେଶ୍ୱର (କେନ୍ୟୁଜ୍) : ଜୋରଦାର ଟକ୍କର ପରେ ନିର୍ଣ୍ଣୟ ହେଲା ୨୦୨୩ ହକି ବିଶ୍ୱ କପ୍ର ଚାମ୍ପିଅନ୍ । ଗତଥର ଚାମ୍ପିଅନ୍ ବେଲଜିୟମକୁ ୫-୪ ସୁଟ୍ଆଉଟ୍ରେ ହରାଇ ତୃତୀୟଥର ଚାମ୍ପିଅନ୍ ହୋଇଛି ।
ଦୁଇ ଦଳ ମଧ୍ୟରେ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ତେବେ ବେଲଜିୟମ ପ୍ରଥମେ ଦୁଇଟି ଗୋଲ୍ କରି ୨-୦ରେ ଆଗୁଆ ରହିଥିଲା । ପରେ କିନ୍ତୁ ବଢ଼ିଆ ପ୍ରତ୍ୟାବର୍ତ୍ତନ କରି ଜର୍ମାନୀ ଗୋଲ୍ ଦୁଇଟିକୁ ଶୁଝାଇ ଦେଇଥିଲା ।
ମ୍ୟାଚ୍ର ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଆଉ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରି ୩-୩ ସ୍ଥିତିକୁ ଆସିଥିଲେ । ଏହି ସ୍କୋର ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରହିବାରୁ ପେନାଲଟି ସୁଟଆଉଟ ହୋଇଥିଲା । ତେବେ ସୁଟ୍ଆଉଟ୍ରେ ମଧ୍ୟ ଦୁଇ ଦଳ ପୁଣି ୩-୩ ଗୋଲ୍ କରି ସମାନ ସ୍ଥିତିରେ ରହିଥିଲେ । ଏହାପରେ ସଡନ୍ ଡେଥ୍ର ଆଶ୍ରୟ ନିଆଯାଇଥିଲା । ଏଥିରେ ଜର୍ମାନୀ ୫-୪ ଗୋଲ୍ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତି ନେଇଛି ।
ବିଶ୍ୱକପ ଇତିହାସରେ ଜର୍ମାନୀ ଏହା ପୂର୍ବରୁ ଦୁଇଥର ବିଶ୍ୱ ବିଜେତା ହୋଇସାରିଛି । ଏହା ୨୦୦୨ ଓ ୨୦୦୬ରେ ଚାମ୍ପିଅନ୍ ହୋଇଥିଲା । ତେବେ ୨୦୧୮ରେ ଏହି ଓଡ଼ିଶାରେ ହିଁ ବେଲଜିୟମ ଚାମ୍ପିଅନ୍ ହୋଇଥିଲା ।
ନେଦରଲାଣ୍ଡସ ଜିତିଲା ବ୍ରୋଞ୍ଜ ପଦକ
ସେପଟେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହୋଇଛି ତିନି ଥରର ବିଶ୍ୱବିଜେତା ନେଦରଲାଣ୍ଡସ । ଆଜିର ମ୍ୟାଚ୍୍ରେ ନେଦରଲାଣ୍ଡସ ଦଳ ୩-୧ ଗୋଲ୍ରେ ଅଷ୍ଟ୍ରେଲିଆକୁ ହରାଇ ବିଜୟୀ ହୋଇଛି ।
ଏହା ସହିତ ହକି ବିଶ୍ୱ କପ୍ର ଉଦଯାପନୀ ହୋଇଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ହକି ବିଶ୍ୱ କପ୍ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳା ଯାଇଥିଲା । ଓଡ଼ିଶା ୨୦୧୮ ପରେ ଦ୍ୱିତୀୟଥର ପାଇଁ ହକି ବିଶ୍ୱକପ୍ର ଆୟୋଜନ କରିଥିଲା ।