ରାଜ୍ୟର ୧୨୯ କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ଦେଲେ ସରକାର
ଭୁବନେଶ୍ୱର : ୧୨୯ କ୍ରୀଡ଼ାବିତଙ୍କୁ ସରକାର ପ୍ରଦାନ କଲେ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଛି । ୧୫ଟି କ୍ରୀଡ଼ାବର୍ଗର ଏହି କ୍ରୀଡ଼ାବିତମାନଙ୍କୁ ମୋଟ ୧୭ଲକ୍ଷ ୮୩ହଜାର ୫୦୦ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଖୋଖୋ କ୍ରୀଡ଼ାବିତଙ୍କୁ ୩.୭୫ଲକ୍ଷ ଟଙ୍କା, କରାଟେ କ୍ରୀଡ଼ାବିତଙ୍କୁ ୩.୫୮ଲକ୍ଷ ଟଙ୍କା, ପେଂଚକ ସିଲେଟ କ୍ରୀଡ଼ାବିତଙ୍କୁ ୨.୬୦ଲକ୍ଷ ଟଙ୍କା ଓ ବୁଶୁ କ୍ରୀଡ଼ାବିତଙ୍କୁ ୧.୯୬ଲକ୍ଷ ଟଙ୍କା, ପାରା-ଆଥଲେଟିକଙ୍କୁ ୧.୧୭ଲକ୍ଷ ଟଙ୍କା, ବେସବଲ୍ ଖେଳାଳୀଙ୍କୁ ୨୪୫୦୦ଟଙ୍କା, ତାଇକ୍ୱାଣ୍ଡୋଙ୍କୁ ୯୮ହଜାର ଟଙ୍କା, ମୂକବଧିର କ୍ରିକେଟ୍ ଖେଳାଳୀଙ୍କୁ ୬୨୫୦୦ଟଙ୍କା, ଚେସ୍ କେଳାଳୀଙ୍କୁ ୫ହଜାର, ସନ୍ତରଣକାରୀଙ୍କୁ ୩୭ହଜାର, ଭାରୋତ୍ତୋଳନ କାରୀଙ୍କୁ ୪୪ହଜାର, ପାରା ସନ୍ତରଣକାରୀଙ୍କୁ ୫୩ହଜାର, ପାରା-ବ୍ୟାଡ଼ମିଂଟନକାରୀଙ୍କୁ ୩୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।