ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଆଇପିଏଲ ଫାଇନାଲରେ ଗୁଜରାଟ ଟାଇଟାନ୍‌ସ

ରାଜସ୍ଥାନକୁ ହରାଇ ଆଇପିଏଲ ଫାଇନାଲରେ ଗୁଜରାଟ। ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ଟାଇଟାନ୍‌ସ । ଗୁଜରାଟ ଟାଇଟନ୍ସ କେବଳ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷରେ ରହି ପ୍ଲେ ଅଫ୍‌ ଆସିନାହିଁ,ସିଧାସଳଖ ଫାଇନାଲରେ ପ୍ରବେଶ କରିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଟିମ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରି ଟ୍ରଫି ହାସଲଠାରୁ ଗୋଟିଏ ବିଜୟ ଦୂରରେ ରହିଛି । ଜୋସ ବଟଲଙ୍ର୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୧୮୮ ରନ କରିଥିଲା । ତେବେ ଡେଭିଡ୍‌ ମିଲର୍‌ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ରାଜସ୍ଥାନ ହାତରୁ ସୁଯୋଗ ଛଡ଼ାଇ ନେଇଥିଲେ । ଶେଷ ଓଭରରୁ ୧୬ ରନ୍‌ ଆବଶ୍ୟକ ପଡ଼ିଥିଲେ ମଧ୍ୟ ପ୍ରସିଦ୍ଧ କୃଷ୍ଣଙ୍କ ପ୍ରଥମ ୩ ବଲରୁ ହ୍ୟାଟ୍ରିକ୍‌ ଛକା ମାରି ଡେଭିଡ୍‌ ମିଲର୍‌ ୩ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ । ଦାୟିତ୍ୱପୂର୍ଣ୍ଣ ପାଳି ଖେଳି ହାର୍ଦିକ ୨୭ ବଲରୁ ୪୦ ରନରେ ଅପରାଜିତ ରହିଥିଲେ।

ମିଲର୍‌ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ପରାଜୟ ସତ୍ତେ୍ଵ ରାଜସ୍ଥାନ ରୟାଲ୍ସ ଫାଇନାଲ୍‌ ଖେଳିବା ଲାଗି ଦ୍ଵିତୀୟ ସୁଯୋଗ ପାଇବ । ଏପଟେ ଆଜି ଏଲିମିନେଟରରେ ଲକ୍ଷ୍ନୌକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.