ଶେଷ ବଲରେ ବିଜୟ, ରାଜସ୍ଥାନ ରୟାଲ୍ସକୁ ହରାଇଲା ଗୁଜୁରାଟ ଟାଇଟନ୍ସ

ଶେଷ ବଲରେ ରୋମାଞ୍ଚକର ବିଜୟ । ରାଜସ୍ଥାନର ବିଜୟ ଧାରାକୁ ଅଟକାଇଲା ଗୁଜରାଟ ଟାଇଟନ୍ସ। ଚଳିତ ଆଇପିଏଲ ସଂସ୍କରଣରେ କ୍ରମାଗତ ୪ଥର ବିଜୟୀ ହୋଇଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ବଲରେ ହରାଇଲା ଗୁଜୁରାଟ ଟାଇଟନ୍ସ।

ଶେଷ ବଲରେ ରୋମାଞ୍ଚକର ବିଜୟ ।  ରାଜସ୍ଥାନର ବିଜୟ ଧାରାକୁ ଅଟକାଇଲା ଗୁଜରାଟ ଟାଇଟନ୍ସ ।  ଚଳିତ ଆଇପିଏଲ ସଂସ୍କରଣରେ କ୍ରମାଗତ ୪ଥର ବିଜୟୀ ହୋଇଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ବଲରେ ହରାଇଲା ଗୁଜୁରାଟ ଟାଇଟନ୍ସ ।  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୯୬ ରନ୍ କରିଥିଲା । ୧୯୭ ରନ୍ ବିଜୟ ଲକ୍ଷ୍ୟର ପିଛା କରିଥିଲା ଗୁଜରାଟ ।  ସଂଘର୍ଷପୂର୍ଣ୍ଣ ହୋଇଥିଲା ମ୍ୟାଚ ।  ଶେଷ ବଲରେ ରସିଦ୍ ଖାନ୍ ବଲକୁ ବାଉଣ୍ଡରୀ ବାହାରକୁ ପଠାଇ ଟିମକୁ ବିଜୟ ଉପହାର ଦେଇଥିଲେ ।

ଲଗାତାର ୪ଟି ମ୍ୟାଚ ଜିତିଥିବା ରାଜସ୍ଥାନକୁ ଗୁଜୁରାଟ ଟାଇଟନ୍ସ ୩ ୱିକେଟରେ ହରାଇ ତୃତୀୟ ବିଜୟ ପାଇଛି ।  ସ୍ପିନର ରସିଦ ଖାନ ଓ ବ୍ୟାଟର ରାହୁଲ ତିୱାତିଆ ଧମାକେଦାର ବ୍ୟାଟିଂ କରି ଗୁଜୁରାଟର ବିଜୟ ଆଶା ବଢ଼ାଇଥିଲେ ।  ଶେଷ ଓଭରରେ ୧୫ରନ ଦରକାର ଥିବା ବେଳେ ତିୱାତିଆଙ୍କ ରନ ଆଉଟ ମ୍ୟାଚର ଉତ୍କଣ୍ଠାକୁ ବଢ଼ାଇ ଥିଲା । ତେବେ ଶେଷ ବଲରେ ରସିଦ ଚୌକା ମାରି ଟିମକୁ ଜିତାଇଥିଲେ । ପୂର୍ବରୁ ଅଧିନାୟକ ଶୁବମନ୍ ଗିଲ ୭୨ ଓ ସାଇ ସୁଦର୍ଶନ ୩୫ ରନ୍ କରି ମୂଳଦୁଆ ପକାଇଥିଲେ ।

Leave A Reply

Your email address will not be published.