ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେକାର, କୋଲକାତାକୁ ୮ ରନରେ ହରାଇ ଶୀର୍ଷରେ ଗୁଜରାଟ ଟାଇଟନ୍ସ

କେନ୍ୟୁଜ୍(ବ୍ୟୁରୋ): ବେକାର ଗଲା ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ । କୋଲକାତାକୁ ୮ ରନରେ ହରାଇ ଶୀର୍ଷରେ ଗୁଜରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ବାଜି ମାରିନେଇଛି । କୋଲକାତା ନାଇଟ ରାଇଡର୍ସକୁ ୮ ରନରେ ପରାଜିତ କରିଛି । ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେକାର ହୋଇଛି ।

ଗୁଜରାଟ ୭ ମ୍ୟାଚରୁ ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି । କୋଲକାତା ଅଷ୍ଟମ ମ୍ୟାଚରୁ ପଞ୍ଚମ ପରାଜୟ କରିଛି । ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୭ ରନ ବଳରେ୯ ଓ୍ଵିକେଟ ହରାଇ ୧୫୬ ରନ କରିଥିଲା । ଜବାବରେ କୋଲକାତା ୮ ଓ୍ଵିକେଟ ହରାଇ ୧୪୮ ରନ କରିଥିଲା

Leave A Reply

Your email address will not be published.