କ୍ରୀଡା

ଗିଲ୍‌ଙ୍କ ସାମ୍ନାରେ ହାର୍ଦ୍ଦିକ ଫେଲ୍‌, ୬ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଗୁଜରାଟ ଟାଇଟନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହରାଇଲେ ଶୁବମନ୍ ଗିଲ୍ । ୬ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଶୁଭମନ ଗିଲଙ୍କ ଗୁଜରାଟ ଟାଇଟନ୍ସ । ଗତକାଲିର ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ଉତ୍କଣ୍ଠାପୂର୍ଣ୍ଣ ଖେଳ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା । ଅଧିନାୟକ ଗିଲ୍ ୩୧, ସାଇ ସୁଦର୍ଶନ ୪୫ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୧୪ ରନରେ ୩ଟି ୱିକେଟ୍ ନେଇଥିଲେ ।

ମୁମ୍ବାଇ ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରି ୯ ୱିକେଟରେ ୧୬୨ ରନ୍ କରି ପାରିଥିଲା । ରୋହିତ ଶର୍ମା ୪୩, ବ୍ରେଭିସ୍ ୪୬ ରନ୍ କରିଥିଲେ । ତେବେ ଶେଷ ଭାଗରେ ଲଗାତାର ୱିକେଟ୍ ପତନ ଯୋଗୁଁ ଜିତିବା ମ୍ୟାଚକୁ ହାରି ଯାଇଥିଲା ମୁମ୍ବାଇ । ଉମେଶ ଯାଦବ, ଜନସନ, ମହେତ ଶର୍ମା, ଓମାରଜାଇ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସାଇ ସୁଦର୍ଶନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ଅଧିନାୟକ ଥିଲେ । ତାଙ୍କର ଦଳ ଛାଡ଼ିବାକୁ ନେଇ IPLରେ ବହୁ ବିବାଦ ହୋଇଥିଲା । ଗୁଜରାଟ ଏହି ମ୍ୟାଚ୍ ଜିତି ପାଣ୍ଡ୍ୟାଙ୍କୁ ଛଡ଼ାଇ ନେବାର ପ୍ରତିଶୋଧ ନେଇଥିବା ଚର୍ଚ୍ଚ ହେଉଛି। କାଲିର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୨୦ ରନରେ ହରାଇଥିଲା ରାଜସ୍ଥାନ ରୟାଲସ୍ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲସ୍ ୪ ୱିକେଟ ହରାଇ ୧୯୩ ରନ୍ କରିଥିଲା । ଅଧିନାୟକ ତଥା ୱିକେଟ ରକ୍ଷକ ସଞ୍ଜୁ ସାମସନ ୫୨ ବଲରେ ୩ଟି ଚୌକା ଓ ୬ଟି ଛକା ସହ ୮୨, ରିୟାନ ପରାଗ ୪୩ ରନ କରିଥିଲେ । ଜବାବରେ ଲକ୍ଷ୍ନୌ ୬ ୱିକେଟ୍ ରେ ୧୪୩ ରନ୍ ହିଁ କରି ପାରିଥିଲା । ସଞ୍ଜୁ ସାମସନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

30 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

32 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago