ହାଇଦ୍ରାବାଦ : ୱେଷ୍ଟଇଣ୍ଡିଜ୍ ସହ ଦ୍ବିତୀୟ ଟେଷ୍ଟରେ ପୂରା ଆଟାକିଂ ମୋଡରେ ଯୁବ ଓପ୍ନର ପୃଥ୍ବୀ ସ । ମାତ୍ର ୩୯ ବଲରେ ହାସଲ କଲେ ଅର୍ଦ୍ଧଶତକ । ଏଥିରେ ରହିଛି ୮ଟି ଚୌକା ଓ ଗୋଟିଏ ଛକା । ୬୧ ରନରେ ଭାରତୀୟ ଦଳ ତାର ପ୍ରଥମ ୱିକେଟ୍ ଭାବେ କେଏଲ୍ ରାହୁଲ (୪)ଙ୍କୁ ହରାଇଥିଲା । ଏହାପରେ ଚେତେଶ୍ବର ପୂଜରା ଓ ପୃଥ୍ବୀ ଖେଳୁଛନ୍ତି । ୧୮ ବର୍ଷ ବୟସ୍କ ପୃଥ୍ବୀ ରାଜକୋଟ ଠାରେ ପ୍ରଥମ ଟେଷ୍ଟ ଖେଳି ପଦାର୍ପଣ ମ୍ୟାଚରେ ଶତକ କରିଥିଲେ । ୧୪ ଓଭର ବେଳକୁ ଭାରତ ଗୋଟିଏ ୱିକେଟ୍ ହରାଇ ୭୪ ରନ୍ କରିଥିଲା । ପୂର୍ବରୁ ଚେଜଙ୍କ ଶତକ ବଳରେ ଇଣ୍ଡିଜ୍ ପ୍ରଥମ ଇନିଂସରେ ୩୧୧ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।