କ୍ରୀଡା

ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବ ଦେଖିବାକୁ କଟକ ସହରରେ ବ୍ୟାପକ ବ୍ୟବସ୍ଥା, ବିଭିନ୍ନ ସ୍ଥାନରେ ଏଲ୍‌ଇଡି ସହ ସିନେମା ହଲରେ ବି ଲାଇଭ୍‌ ସୋ

କଟକ (କେନ୍ୟୁଜ୍‌) : ଆସନ୍ତାକାଲି କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌୍‌ରେ ହେବାକୁ ଯାଉଛି ଏକ ଐତିହାସିକ ଇଭେଣ୍ଟ । ହକି ବିଶ୍ବକପ୍‌ର ମେଗା ଉଦଘାଟନୀ ଉତ୍ସବ। ଏହି ଉତ୍ସବ ପାଇଁ ପୂରା ପ୍ରସ୍ତୁତ କଟକ ମହାନଗର। ଉଦଘାଟନୀ ଉତ୍ସବ ପାଇଁ କଟକ ସହରକୁ ନବବଧୂ ପରି ସୁସଜ୍ଜିତ କରାଯାଇଛି। ରଙ୍ଗ ବେରଙ୍ଗର ଚିତ୍ର, ସୁନ୍ଦର ଗଛ ଆଉ ସାଙ୍ଗକୁ ସୁସଜ୍ଜିତ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ଵରେ ସାଜସଜ୍ଜା ହୋଇଛି। ନିଜେ କଟକ ବାସିନ୍ଦା ମଧ୍ୟ ନିଜ ସହରର ଏହି ରୂପକୁ ଦେଖି ଆଶ୍ଚର୍ଯ୍ୟ ଓ ଆଚମ୍ବିତ । ଏହି ବିରାଟ କାର୍ଯ୍ୟକ୍ରମ ପାଇଁ ବ୍ୟପକ ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। ସହରର ମୋଟ ୫୯ଟି ୱାର୍ଡରେ ଏଲ୍‌୍‌ଇଡି ସ୍କ୍ରିନ ଓ ଚିଅରର ବ୍ୟବସ୍ଥା କରାଯାଇଛି। ଯେପରି ୨୦୦ ରୁ ୩୦୦ ଲୋକ ଆରମରେ ଦେଖି ପାରିବେ ତା ଉପରେ ଧ୍ୟାନ ଦିଆଯାଇଛି। ଏହା ସହ ୧୬ଟି ଜାଗାକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇଛି। ଏହି ୧୬ଟି ସ୍ଥାନର ପଡିଆମାନଙ୍କରେ ବଡ଼ ବଡ଼ ଏଲ୍‌ଇଡି ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେପରି ୫ ହଜାର ଲୋକ ଏକାଠି ଦେଖି ପାରିବେ ଏହି ଉଦଘାଟନୀ ଉତ୍ସବ ।

ସିଏମ୍‌ସି ଦ୍ୱାରା ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ । ଏଠାରେ ଏହି ଉତ୍ସବ ଆୟୋଜନ ହେଉଥିବାରୁ କଟକର ମର୍ଯ୍ୟାଦା ବଢ଼ିବ ଓ ଏଥିପାଇଁ ଆମେ ଗର୍ବିତ ହେବ ବୋଲି କହିଛନ୍ତି ସିଏମ୍‌ସି କମିଶନର । କଟକ ବାସିନ୍ଦା ପ୍ରଥମ ଥର ପାଇଁ ଏଠାକାର ବୃନ୍ଦାବନ ସିନେମା ସହରରେ ବସି ହକି ବିଶ୍ବକପ୍‌ର ଏହି ମେଗା ଉଦଘାଟନୀ ଉତ୍ସବକୁ ଲାଇଭ ଦେଖି ପାରିବେ । ଯେଉଁମାନେ ଷ୍ଟାଡିୟମ୍‌୍‌ରେ ଦେଖିବାରୁ ବଞ୍ଚିତ ହେବେ ସେମାନଙ୍କ ପାଇଁ ଏହି ସହଜ ବ୍ୟବସ୍ଥା କରାଯାଇଛି ।

ସେମାନେ ଟିକେଟ କାଟି ହଲରେ ହକି ଉଦଘାଟନୀ ଉତ୍ସବ ଲାଇଭ ଦେଖିପାରିବେ। ବୃନ୍ଦାବନ ହଲରେ ୭୦୦ ଆସନର ବ୍ୟବସ୍ଥା ରହିଛି । ଆଉ ଯଦି ହଲରେ ଦେଖିବାରୁ ବଞ୍ଚିତ ହୁଅନ୍ତି ତେବେ ସମସ୍ତ ଆଞ୍ଚଳିକ ଟିଭି ଚ୍ୟାନେଲରେ ଏହି ମେଗା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ କଟକ ସମେତ ରାଜ୍ୟର ସବୁ ସ୍କୁଲ ଅପରାହ୍ନ ଗୋଟାଏରୁ ଛୁଟି ହୋଇଯିବ । ଯାହାଫଳରେ ଛାତ୍ର ଛାତ୍ରୀମାନେ ଉଦଘାଟନୀ ଉତ୍ସବକୁ ଦେଖି ପାରିବେ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

3 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

4 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

4 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

5 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

5 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

5 hours ago