୪୨ ବର୍ଷରେ ପାଦ ଥାପିଲେ ବୀରେନ୍ଦ୍ର ସେହଓ୍ଵାଗ୍‌, ଆଜି ଯାଏଁ ଦୁନିଆର କୌଣସି କ୍ୟାପ୍‌ଟେନ୍‌ ଭାଙ୍ଗିପାରିନାହାନ୍ତି ତାଙ୍କର ଏହି ରେକର୍ଡ

ଭାରତୀୟ କ୍ରିକେଟ୍‌ ଟିମ୍‌ର ବିସ୍ଫୋଟକ ଓପନର ଥିବା ବୀରେନ୍ଦ୍ର ସେହଓ୍ଵାଗ୍‌ଙ୍କୁ କିଏ ବା ନ ଜାଣେ। ସେହଓ୍ଵାଗ୍‌ଙ୍କ ନାଁ ହିଁ ଯଥେଷ୍ଟ ତାଙ୍କ ପରିଚୟ ପାଇଁ। କ୍ରିକେଟ୍‌ ଜଗତରେ ଦୀର୍ଘ ବର୍ଷ ଧରି ସେହଓ୍ଵାଗ୍‌ଙ୍କ ଦବ୍‌ଦବା ଜାରି ରହିଥିଲା। କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିଲେ ମଧ୍ୟ ଏବେ ବି ସେହଓ୍ଵାଗ୍‌ କ୍ରିକେଟ୍‌ ସହ ଜଡ଼ିତ ଅଛନ୍ତି। ଆଜି ଏହି କିମ୍ବଦନ୍ତୀ ଖେଳାଳିଙ୍କ ଜନ୍ମ ଦିନ।

ଆଜି ବୀରେନ୍ଦ୍ର ସେହଓ୍ଵାଗ୍‌ ନିଜ ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦ ଅକ୍ଟୋବର ୧୯୭୮ରେ ବୀରେନ୍ଦ୍ର ସେହଓ୍ଵାଗ୍‌ ଜନ୍ମ ଗ୍ରହଣ କରିଥିଲେ। ସେହଓ୍ଵାଗ୍‌ ହେଉଛନ୍ତି ଦୁନିଆର ଏକ ମାତ୍ର କ୍ୟାପ୍‌ଟେନ୍‌ ଯିଏ କ୍ୟାପେଟନ୍‌ ଭାବେ ଦିନିକିଆରେ ଦୁଇ ଦୁଇଟି ଶତକ ମାରିଥିଲେ। ଭାରତ ତରଫରୁ ଟେଷ୍ଟରେ ତିନିଥର ଶତକ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ହେଉଛନ୍ତି ସେହଓ୍ଵାଗ୍‌।

sehwag2

ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସେହଓ୍ଵାଗ୍‌ଙ୍କ ଭଳି ଦମ୍‌ଦାର କ୍ରିକେଟର ଆଉ କେହି ନାହାନ୍ତି। ନିଜ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସେହଓ୍ଵାଗ୍‌ ସବୁବେଳେ ଭାରତକୁ ଜିତାଇଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ବିଭିନ୍ନ ଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Leave A Reply

Your email address will not be published.