ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ହରଭଜନ ସିଂହ, ବେବି ବମ୍ପର ଫଟୋସୁଟ୍‌ କରାଇଲେ ଗୀତା

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି କ୍ରିକେଟର ହରଭଜନ୍‌ ସିଂହ। ନିକଟରେ ହରଭଜନ ସିଂହ ପତ୍ନୀ ଗୀତା ବସରାଙ୍କ ସହ ଏକ ଫଟୋସୁଟ୍‌ କରାଇଛନ୍ତି। ଏଥିରେ ଗୀତା ବସରା ଦ୍ୱିତୀୟ ଥର ଗର୍ଭବତୀ ଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ହରଭଜନଙ୍କର ଗୋଟିଏ ଝିଅ ଅଛି।

ପତ୍ନୀ ଗୀତାଙ୍କର ଏହି ଫଟୋକୁ ହରଭଜନ ସିଂହ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରି ହରଭଜନ ଲେଖିଛନ୍ତି- ‘ଖୁବ୍‌ଶୀଘ୍ର’। ଏହି ଫଟୋରେ ହରଭଜନ ଓ ଗୀତାଙ୍କ ଝିଅ ହିନାୟା ହୀର ପ୍ଲାହା ମଧ୍ୟ ଅଛନ୍ତି। ହିନାୟା ହାତରେ ଏକ ବ୍ଲାକ୍‌ କଲରର ଟି-ସାର୍ଟ ଧରିଛନ୍ତି। ଉକ୍ତ ସାର୍ଟରେ ଲେଖାଯାଇଛି- ଖୁବ୍‌ଶୀଘ୍ର ବଡ଼ ଭଉଣୀ ହେବାକୁ ଯାଉଛି।

 

View this post on Instagram

 

A post shared by Geeta Basra (@geetabasra)


ରିପୋର୍ଟ ମୁତାବକ, ଗୀତା ବସରାଙ୍କ ଡେଲିଭରି ଜୁଲାଇ ୨୦୨୧ରେ ହେବ। ସୂଚନାଯୋଗ୍ୟ ଯେ ହରଭଜନ ଓ ଗୀତା ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ୨୯ ଅକ୍ଟୋବର ୨୦୧୫ରେ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.