ହରଭଜନ ସିଂ ଏବଂ ଧୋନି ପରସ୍ପର ସହିତ ହେଉନାହାନ୍ତି କଥାବାର୍ତ୍ତା, ଖୁଲାସା କଲେ ହରଭଜନ
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ସ୍ପିନର ହରଭଜନ ସିଂ ବଡ଼ ଖୁଲାସା କରିଛନ୍ତି । ହରଭଜନ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ୧୦ ବର୍ଷ ହେଲାଣି କଥାବାର୍ତ୍ତା ହେଉନାହାନ୍ତି । ମହେନ୍ଦ୍ର ସିଂହ ଧୋନି ଓ ହରଭଜନ ସିଂହଙ୍କ ମଧ୍ୟରେ ଭଲ ସଂପର୍କ ନାହିଁ । ହରଭଜନଙ୍କ ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହରଭଜନ ସମସ୍ତଙ୍କ ସହିତ କଥା ହେଉଛନ୍ତି କି, ଧୋନିଙ୍କ ସହିତ କଥାବାର୍ତ୍ତା ହେଉନାହାନ୍ତି ।
ହରଭଜନ କହିଛନ୍ତି ଯେ, ପ୍ରାୟ ୧୦ ବର୍ଷ ହେଲାଣି ଧୋନିଙ୍କ ସହିତ ତାଙ୍କର ଭଲରେ କଥାବାର୍ତ୍ତା ହୋଇନାହିଁ । ଯଦିଓ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଉଭୟ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଆଇପିଏଲ୍ ଖେଳୁଥିଲେ, ତଥାପି ସେମାନଙ୍କ କଥାବାର୍ତ୍ତା କେବଳ ଖେଳ ପଡ଼ିଆରେ ସୀମିତ ଥିଲା । ଆଉ କେତେବେଳେ ଦୁହେଁ କଥାବାର୍ତ୍ତା ହୁଅନ୍ତି ନାହିଁ ।
ହରଭଜନ କହିଛନ୍ତି, ମୁଁ ଧୋନିଙ୍କ ସହିତ କଥା ହୁଏ ନାହିଁ । ଯେତେବେଳେ ମୁଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲି, ସେତେବେଳେ ମଧ୍ୟ ଆମେ କଥା ହେଉ ନଥିଲୁ । କେବଳ ପଡିଆରେ କଥାବାର୍ତ୍ତା ଛଡା ଅନ୍ୟ ସମୟରେ କଥା ହେଉନଥିଲୁ । ପ୍ରାୟ ୧୦ ବର୍ଷ ହେଲାଣି ଆମେ କଥାବାର୍ତ୍ତା ହେଉ ନାହୁଁ । ମୋ ପକ୍ଷରୁ କିଛି ଅସୁବିଧା ନାହିଁ । ବୋଧେହୁଏ ତାଙ୍କର କିଛି ସମସ୍ୟା ଅଛି । ମୁଁ ଜାଣିନି କାରଣ କ’ଣ । ମୋର ତାଙ୍କ ବିପକ୍ଷରେ କିଛି କହିବାର ନାହିଁ । ଯଦି ତାଙ୍କର କିଛି କହିବାର ଅଛି, ସେ ମୋତେ କହିପାରିବେ । ମୁଁ ତାଙ୍କୁ କେବେ ଫୋନ୍ କରି ନାହିଁ । ମୁଁ କେବଳ ସେମାନଙ୍କୁ ଫୋନ୍ କରେ, ଯେଉଁମାନେ ମୋ ଫୋନ୍ ଉଠାନ୍ତି। ନହେଲେ ମୋ ପାଖରେ ସମୟ ନାହିଁ। ଯେଉଁମାନେ ମୋ ବନ୍ଧୁ, ମୁଁ ସେମାନଙ୍କ ସହିତ ସଂପର୍କରେ ରହେ । ଯଦି ମୁଁ ଆପଣଙ୍କୁ ସମ୍ମାନ କରେ, ତା’ହେଲେ ମୁଁ ଆଶା କରିବି ଯେ ଆପଣ ମଧ୍ୟ ମୋତେ ସମ୍ମାନ ଦେବେ ।