ଅଭିନେତ୍ରୀ ସ୍ତ୍ରୀଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ହରଭଜନ ସିଂ, ସାମ୍ନାକୁ ଆସିଲା ଫଟୋ

ଭାରତୀୟ କ୍ରିକେଟର ହରଭଜନ ସିଂ ବଲିଉଡ୍‌ ଅଭିନେତ୍ରୀ ସ୍ତ୍ରୀ ଗୀତା ବାସ୍ରା ଓ ଝିଅ ହିନାୟାଙ୍କ ସହ ମାଳଦ୍ୱୀପ ଟ୍ରିପ୍‌ରେ ଅଛନ୍ତି। ଏହି କପଲ୍‌ଙ୍କ ସହ ତାଙ୍କର କେତେଜଣ ଘନିଷ୍ଠ ବନ୍ଧୁ ମଧ୍ୟ ଅଛନ୍ତି। ଏହି ସମୟର କିଛି ଫଟୋକୁ ଭଜ୍ଜି ଓ ଗୀତା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

a11

ଏକ ଫଟୋରେ ହରଜଭନ ଓ ଗୀତା ଝିଅ ସହିତ ସାଇକେଲରେ ବସିଥିବାର ଦେଖିବାକୁ ମିଳୁଛି। ଫଟୋରେ ଝିଅ ହିନାୟା ବହୁତ କ୍ୟୁଟ୍‌ ଲାଗୁଛନ୍ତି।

a44

a55

ହରଭଜନ ଏହି ଟ୍ରିପ୍‌ର ଖୁଲମ୍‌ଖୁଲା ମଜା ଉଠାଉଛନ୍ତି। ଏକ ଫଟୋରେ ସେ ଉପରକୁ ଜମ୍ପ୍‌ କରୁଥିବାର ଦେଖାଯାଉଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ଈଶ୍ୱର ସେହି ଲୋକଙ୍କୁ ଦେଖିଥାଆନ୍ତି, ଯେଉଁମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ରିସ୍କ ନିଅନ୍ତି… କୁଦନ୍ତି…’।

as

ଏକ ଟିଭି ଶୋ’ରେ ଗୀତା କହିଥିଲେ, ହିନାୟା ତାଙ୍କ ଜୀବନରେ ବହୁତ ଖାସ୍‌ ଅଟନ୍ତି ଏବଂ ସେ ତାଙ୍କର ବହୁତ ଯତ୍ନ ନିଅନ୍ତି। ଏହି ଟ୍ରିପ୍‌ରେ ମା’-ଝିଅଙ୍କ ବଣ୍ଡିଙ୍ଗ୍‌ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.