ହରଭଜନ ସିଂ ଆସନ୍ତା ସପ୍ତାହରେ କ୍ରିକେଟରୁ ନେବେ ସନ୍ନ୍ୟାସ! ଆଇପିଏଲର ବଡ଼ ଟିମ୍‌ରେ କୋଚିଂ ସଦସ୍ୟ ରୂପେ ଆସିବେ ନଜର

ଭାରତର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ଆସନ୍ତା ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍), ୨୦୨୨ରେ ଏକ ବଡ଼ ଟିମ୍‌ ସହିତ ସପୋର୍ଟ ଷ୍ଟାଫର ପ୍ରମୁଖ ସଦସ୍ୟ ରୂପେ ନଜର ଆସିବେ। ହରଭଜନ ଆଇପିଏଲ୍ ୨୦୨୧ର ପ୍ରଥମ ପର୍ଯ୍ୟାୟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତରଫରୁ କିଛି ମ୍ୟାଚ୍ ଖେଳିଥିଲେ। କିନ୍ତୁ ୟୁଏଇରେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିଲେ। ଆଶା କରାଯାଉଛି କି, ଆସନ୍ତା ସପ୍ତାହରେ ହରଭଜନ କ୍ରିକେଟରୁ ଅଫିସିଆଲି ଭାବେ ସନ୍ନ୍ୟାସ ଘୋଷଣା କରି ପାରନ୍ତି। ଏହାପରେ କୌଣସି ଏକ ଫ୍ରାଞ୍ଚାଇଜ୍‌ର ସପୋର୍ଟ ଷ୍ଟାଫ୍‌ ରୂପେ ଯୋଡ଼ି ହେବାର ଅଫର୍‌କୁ ଗ୍ରହଣ କରି ପାରନ୍ତି।

ଆଇପିଏଲ୍ ସୂତ୍ରରୁ ଜଣାପଡ଼ିଛି କି, ହରଭଜନ ସିଂଙ୍କର ଏହି ଭୂମିକା ପରାମର୍ଶଦାତା କିମ୍ବା ପରାମର୍ଶଦାତା ଗୋଷ୍ଠୀର ଏକ ଅଂଶ ହୋଇପାରେ। କିନ୍ତୁ ସେ ଯେଉଁ ଫ୍ରାଞ୍ଚାଇଜ୍ ସହିତ କଥାବାର୍ତ୍ତା କରୁଛନ୍ତି, ସେମାନେ ହରଭଜନଙ୍କ ଅଭିଜ୍ଞତାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି। ହରଭଜନ ନିଲାମୀରେ ଖେଳାଳି ଚୟନ କରିବାରେ ଫ୍ରାଞ୍ଚାଇଜକୁ ମଧ୍ୟ ସାହାଯ୍ୟ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ହରଭଜନ ସବୁବେଳେ ଖେଳାଳିମାନଙ୍କୁ ଗ୍ରୁମିଙ୍ଗ୍‌ କରେଇବାରେ ରୁଚି ଦେଖାଇଛନ୍ତି ଏବଂ ଏକ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ରହିବାର ପରବର୍ତ୍ତୀ ବର୍ଷରେ ଦଳ ସହିତ ତାଙ୍କର ଏହି ଭୂମିକା ରହିଥିଲା।

ଗତ ବର୍ଷ କେକେଆର୍ ସହିତ ଯୋଡ଼ି ରହିବା ସମୟରେ ହରଭଜନ, ବରୁଣ ଚକ୍ରବର୍ତ୍ତୀଙ୍କୁ ମାର୍ଗଦର୍ଶନ କରିବାରେ ଅନେକ ସମୟ ଅତିବାହିତ କରିଥିଲେ। ଆଇପିଏଲର ଗତ ସିଜିନର ଖୋଜ୍‌ ରହିଥିବା ଭେଙ୍କଟେଶ ଆୟର ଏହା ପୂର୍ବରୁ ଖୁଲାସା କରିଥିଲେ କି, ହରଭଜନ କେକେଆର ତରଫରୁ କୌଣସି ଗୋଟିଏ ବି ମ୍ୟାଚ୍ ଖେଳିବା ପୂର୍ବରୁ କିଛି ନେଟ ଅଧିବେଶନ ପରେ କହିଥିଲେ ଯେ ସେ ଲିଗରେ ସଫଳ ରହିବେ। ଏପରି କି, ଗତ ସିଜନରେ କେକେଆର ମୁଖ୍ୟ ପ୍ରଶିକ୍ଷକ ବ୍ରାଣ୍ଡନ୍ ମ୍ୟାକୁଲମ୍ ଓ ଅଧିନାୟକ ଇୟୋନ ମୋର୍ଗାନ ମଧ୍ୟ ଦଳ ଚୟନ ମାମଲାରେ ହରଭଜନଙ୍କ ପରାମର୍ଶକୁ ଅନୁସରଣ କରିଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ ହରଭଜନ ସିଜନ ଶେଷ ହେବା ପରେ ଆନୁଷ୍ଠାନିକ ଭାବେ ସନ୍ନ୍ୟାସ ଘୋଷଣା କରିବାକୁ ଚାହୁଁଛନ୍ତି। ଏକ ଫ୍ରାଞ୍ଚାଇଜ୍ ସହିତ ତାଙ୍କର କଥାବାର୍ତ୍ତା ହୋଇଛି, ଯିଏକି ବହୁତ ଆଗ୍ରହ ଦେଖାଇଛି। କିନ୍ତୁ ଔପଚାରିକତା ପୂରା ହେବା ପରେ ହିଁ ସେ ଏହା ବିଷୟରେ କଥା ହେବାକୁ ପସନ୍ଦ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.