ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତି କମାଲ କରିଛି ଟିମ୍ ଇଣ୍ଡିଆ। ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ଶୁଭମନ ଗିଲ୍ । ୧୨୬ ରନ୍ କରି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ନିଜର ଇନିଂସକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ ବୟାନ ଦେଇଛନ୍ତି ଶୁଭମନ ।
ମ୍ୟାଚ୍ ସରିବା ପରେ ଶୁଭମନ କହିଛନ୍ତି, ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବା ସମୟରେ ବହୁତ ଖୁସି ଲାଗିଥାଏ । ଆଉ ଟିମ୍ ପାଇଁ ଖେଳି ବହୁତ ଖୁସି ଲାଗୁଛି । ଛକା ମାରିବାର କୌଶଳ ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ରହିଥାଏ । ଆଉ ହାର୍ଦ୍ଦିକ ଭାଇ ମୋତେ ସ୍ୱଭାବିକ ଭାବେ ଖେଳିବାକୁ କହିଥିଲେ । ଅତିରିକ୍ତ କିଛି ଖେଳିବା ପାଇଁ ମନା କରିଥିଲେ ।
ତେବେ ଏହାକୁ ନେଇ ହାର୍ଦ୍ଦିକ କହିଛନ୍ତି, ମଇଦାନରେ ଖେଳକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଏ । ଆଉ ସବୁବେଳେ ମୋ ମନକୁ ଶୁଣେ । ଆଉ ସ୍ଥିତି ବୁଝି ସବୁବେଳେ ସଠିକ୍ ନିଷ୍ପତ୍ତି ନେଇଥାଏ ।
ଗିଲ୍ଙ୍କ ଟି-୨୦ ଇଣ୍ଟରନ୍ୟାସନାଲ ଶତକ ପରେ ବୋଲର ଭଲ ପ୍ରଦର୍ଶନ ଭାରତକୁ ଏହି ବିଜୟ ଦେଇଥିଲା। ୧୬୮ ରନ ବ୍ୟବଧାନରେ ଜିତି ୨-୧ରେ ସିରିଜ କବଜା କରିଥିଲା ଭାରତ । ଗିଲ୍ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଖେଳି ଭଲ ଫର୍ମ ଜାରି ରଖିଥିଲେ । ୬୩ ବଲରେ ୧୨ଟି ଚଉକା ଏବଂ ୭ଟି ଛକା ମାରିଥିଲେ ଶୁଭମନ। ୨୦ ଓଭରରେ ଭାରତ ୪ ଓ୍ଵିକେଟ ହରାଇ ୨୩୪ ରନ୍ କରିଥିଲା। ତେବେ ଏହା ଗିଲ୍ଙ୍କ ଟି୨୦ ମ୍ୟାଚରେ ସବୁଠାରୁ ବଡ ସ୍କୋର ।
This one was special 💙🇮🇳 pic.twitter.com/mgMoOKLATR
— Shubman Gill (@ShubmanGill) February 1, 2023
ଗିଲ ଏହି ମାମଲାରେ ବିରାଟ କୋହଲିଙ୍କୁ ମାତ୍ ଦେଇଛନ୍ତି । କୋହଲି ଗତବର୍ଷ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ରହି ୧୨୨ ରନ୍ କରିଥିଲେ ।
ଭାରତର ୨୩୫ ରନ୍ର ଟାର୍ଗେଟକୁ ପିଛା କରୁଥିବା ଭ୍ରମଣକାରୀ ଟିମ ୬୬ ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଓ୍ଵିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପୂର୍ବରୁ ଶୁବମନ୍ ଗିଲ୍ଙ୍କ ବିସ୍ଫୋରକ ଇଂନିସ ବଳରେ ୨୩୪ ରନ୍ କରିଥିଲା ।