ମ୍ୟାଚ ଜିତିବା ପରେ ପଡିଆ ମଝିକୁ ଦୌଡି ଆସି ହାର୍ଦ୍ଦିକଙ୍କୁ ଜାବୁଡି ଧରି କାନ୍ଦି ପକାଇଲେ ନତାଶା, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୨ର ବିଜେତା ହୋଇଛି ଗୁଜରାଟ ଟାଇଟନ୍ସ। ଆଇପିଏଲରେ ପ୍ରବେଶ କରିଥିବା ନୂଆ ଦଳ ପ୍ରଥମ ସିଜିନରେ ହିଁ ବାଜି ମାରିନେଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଆଇପିଏଲ ଟାଇଟଲ ବାଜି ମାରିନେଇଥଲା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ରାଜସ୍ଥାନକୁ ୭ ଓ୍ଵିକେଟରେ ହରାଇ ଟାଇଟଲ ବିଜେତା ହୋଇଥିଲା। ଟିମ୍‌ ମ୍ୟାଚ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଇଦାନରେ ଉତ୍ସବ ମନାଇଥିଲେ। ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଟିମର ବିଜୟ ଉତ୍ସବ ମନାଉଛନ୍ତି।

ଆଇପିଏଲ ୨୦୨୨ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା। ଫାଇନାଲ ମ୍ୟାଚ ଜିତିବା ପରେ ଗୁଜରାଟ ଟାଇଟନ୍ସ ଜବରଦସ୍ତ ଉତ୍ସବ ପାଳନ କରିଥିଲା। ଏହି ସମୟରେ ପଡିଆ ମଝିକୁ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଦୌଡି ଆସି ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରିଥିଲେ। ଖୁସିରେ ତାଙ୍କ ଆଖିରୁ ଲୁହ ମଧ୍ୟ ବାହାରି ପଡିଥିଲା। ଭାବବିହ୍ଵଳ ହୋଇଥିବା ନଜର ଆସିଥିଲେ ନତାଶା। ନତାଶା ଏବଂ ହାର୍ଦ୍ଦିକ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଆଇପିଏଲ୍‌ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମ ପହଞ୍ଚିଥିଲେ ନାତାଶା। ଦୁହିଁଙ୍କର ଭିଡିଓ ଏବଂ ଫଟୋ ଅନେକ ଥର ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ।

ହାର୍ଦ୍ଦିକ ଫାଇନାଲ ମ୍ୟାଚରେ ୪ ଓଭରରେ ୧୭ ରନ ଦେଇ ୩ ଓ୍ଵିକେଟ ନେଇଥିଲେ। ଏହାଛଡା ୩୪ ରନ୍‌ ମଧ୍ୟ କରିଥିଲେ। ଏହି ସିଜିନରେ ୧୩୧ ଷ୍ଟ୍ରାଇକ ରେଠ୍‌ରେ ୪୮୭ ରନ୍‌ କରି ୮ ଓ୍ଵିକେଟ ନେଇଛନ୍ତି ହାର୍ଦ୍ଦିକ।

gujurat
Photo credit: Suresh Raina fb

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 20 ଓଭର୍ ରେ 9ୱିକେଟ ହରାଇ 130ରନ କରିଥିଲା। ରାଜସ୍ଥାନର ବ୍ୟାଟ୍ସମ୍ୟାନ ବଟଲର ସର୍ବାଧିକ 39 ରନ୍ କରିଥିଲେ।ଯଶସ୍ୱୀ ଯଶଓ୍ଵାଲ 22ରନ୍ କରିଥିଲେ। ସେହିପରି ଅଧିନାୟକ ସଞ୍ଜୁ ସାମସନ୍ 14ରନ୍ କରି ଆଉଟ୍ ହୋଇଥିଲେ। ଗୁଜରାଟ ତରଫରୁ ଶୁଭମନ୍ ଗିଲ 14 ରନ୍ ଏବଂ ମାଥ୍ୟୁ ଓ୍ଵାଡେ 8ରନ୍ କରି ଆଉଟ୍ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା 34ରନ୍ କରି ଆଉଟ୍ ହୋଇଥିଲେ।

ଆଇପିଏଲରେ ଗୁଜରାଟ ଟାଇଟନ୍ସ ୧୪ଟି ମ୍ୟାଚ ଖେଳି ୧୦ଟି ବିଜୟ ହାସଲ କରି ୪ଟି ମ୍ୟାଚ୍ ହାରିଥିଲା। ସେହିପରି ରାଜସ୍ଥାନ ୧୪ଟି ମ୍ୟାଚରୁ ୯ ମ୍ୟାଚରେ ଜିତି ୫ଟି ମ୍ୟାଚ୍ ପରାଜୟ ଗ୍ରହଣ କରିଥିଲା। ପଏଣ୍ଟତାଲିକା ଲକ୍ଷ୍ମୌ ଟିମ୍ ଭଲ ଦେଖିଥିଲେ ସୁଦ୍ଧା ରନରେଟ କମ୍ ଥିବାରୁ ରାଜସ୍ଥାନ ଫାଇନାଲକୁ ଯାଇଥିଲା। ଲକ୍ଷ୍ମୌ ୧୪ଟି ମ୍ୟାଚରୁ ୯ଟି ମ୍ୟାଚ ଜିତିଥିବା ବେଳେ ୫ଟି ମ୍ୟାଚ ହାରିଛି।

Leave A Reply

Your email address will not be published.