ଟି୨୦ ମ୍ୟାଚ ପାଇଁ ଟିମର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା, କିନ୍ତୁ ଖେଳିବେନି ଦିନିକିଆ ସିରିଜ

ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ହେବା ପରେ ରୋହିତ ଶର୍ମା ଟି୨୦ ଇଣ୍ଟରନ୍ୟାସନାଲ କ୍ୟାରିଅରରୁ ଅବସର ଘୋଷଣା କରିଛନ୍ତି । ଏବେ ଭାରତୀୟ ଟିମ୍ ନୂଆ ସିରିଜ ପାଇଁ ପ୍ରସ୍ତୁତି ହୋଇଛି । ତେବେ ରୋହିତଙ୍କ ଅବସର ପରେ ଟି୨୦ ଫର୍ମାଟ ପାଇଁ ଭାରତୀୟ ଟିମର ଅଧିନାୟକ କିଏ ହେବ ତାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ବିସିସିଆଇ ଖବୁଶୀଘ୍ର ନିଷ୍ପତ୍ତି ଜଣାଇବ ।
ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତର ଅଧିନାୟକ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ ବୋଲି ନିଶ୍ଚିତ ହୋଇଛି। କିନ୍ତୁ ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ଖେଳିବେ ନାହିଁ । ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ରୋହିତ ଶର୍ମାଙ୍କ ଅଧୀନରେ ପାଣ୍ଡ୍ୟା ଟି-୨୦ର ଉପ ଅଧିନାୟକ ଥିଲେ । ଏବେ ସେ ପୂରା ଫିଟ ଓ ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜରେ ମଧ୍ୟ ଉପଲବ୍ଧ ରହିବେ । ଭାରତୀୟ ଟିମର ଅଧିନାୟକ ହେବେ ।
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପାଣ୍ଡ୍ୟା ଅନୁପସ୍ଥିତ ରହିବେ । ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ ଓ ଯଶପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ । ଏପରି ସ୍ଥିତିରେ କେଏଲ ରାହୁଲ ଦିନିକିଆରେ ଟିମର ଦାୟିତ୍ୱ କେଏଲ ରାହୁଲ ନେଇପାରନ୍ତି ।
ଜୁଲାଇ ୨୭ ତାରିଖରୁ ଟି୨୦ ସିରିଜ ଖେଳାଯିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ଜୁଲାଇ ୨୭ରୁ ଭାରତୀୟ ସମୟାନୁସାରେ ୭ଟାରେ ମ୍ୟାଚ ଖେଳାଯିବ । ଏହାପରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ମ୍ୟାଚ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜର ମ୍ୟାଚ କଲମ୍ବୋରେ ଖେଳାଯିବ । ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ୨.୩୦ରୁ ଖେଳାଯିବ ।
ତେବେ ଶ୍ରୀଲଙ୍କା ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇନାହିଁ । ଆଗାମୀ ସପ୍ତାହରେ ଟିମ୍ ଘୋଷଣା ହୋଇପାରେ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ବେଳକୁ ରୋହିତ ପୁଣି ଅଧିନାୟକ ଦାୟିତ୍ୱକୁ ଫେରି ପାରନ୍ତି । ଯଦି ସେ ବିଶ୍ରାମ ନେବାକୁ ଚାହିଁବେ, ତା’ହେଲେ ବିସିସିଆଇ କେଏଲ ରାହୁଲଙ୍କୁ ଦିନିକିଆରେ ଅଧିନାୟକ କରିପାରେ । ଆଉ ପାଣ୍ଡ୍ୟା ଯଦି ବିଶ୍ରାମ ନେବେ, ତା’ହେଲେ ସୂର୍ଯ୍ୟ କୁମାରଙ୍କୁ ଟି-୨୦ର ଅଧିନାୟକ ଦାୟିତ୍ୱ ମିଳିପାରେ।
ଭାରତ-ଶ୍ରୀଲଙ୍କା ଖେଳସୂଚୀ :
୨୭ ଜୁଲାଇ: ପ୍ରଥମ ଟି୨୦, ପଲ୍ଲେକେଲ
୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପଲ୍ଲେକେଲ
୩୦ ଜୁଲାଇ : ତୃତୀୟ ଟି୨୦, ପଲ୍ଲେକେଲ
୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ
୪ ଅଗଷ୍ଟ : ଦ୍ୱିତୀୟ ଦିନିକିଆ, କଲମ୍ବୋ
୭ ଅଗଷ୍ଟ : ତୃତୀୟ ଦିନିକିଆ, କଲମ୍ବୋ